ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ଭିତରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ମେ ଓ ଜୁନ୍ ମାସରେ ଦେଶର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ରାସନ ମିଳିବ। ଏହାଦ୍ୱାରା ପ୍ରାୟ ୮୦ କୋଟି ଲୋକ ଉପକୃତ ହେବେ ବୋଲି କୁହାଯାଇଛି।
ଶୁକ୍ରବାର ସରକାର କରିଥିବା ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଏଥିପାଇଁ ୨୬ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। କରୋନା ସଂକ୍ରମଣ ସମୟରେ ଖାଦ୍ୟାଭାବ ଦୂର କରିବାକୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ କିଣିପାରିବେ।