ଭୁବନେଶ୍ବର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟି ରଖି ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ସମସ୍ତ ସହରାଞ୍ଚଳେ ସଟଡାଉନ୍ କରାଯାଇଥିଲା। ହେଲେ ଆଜି ଏହି ନିୟମରେ କିଛି ମାତ୍ରରେ କୋହଳ କରାଯାଇଛି। ଏନେଇ ସୂଚାନା ଦେଇଛନ୍ତି ଏସଆରସି ପ୍ରଦିପ ଜେନା।
ଏସଆରସି ଜେନାଙ୍କ ସୂଚନା ଅନୁଯାୟୀ, ଶନିବାର ଓ ରବିବାର ଉଭୟ ଦିନ ସକାଳେ ଘଣ୍ଟାଏ ଲେଖାଏଁ କୋହଳ ମିଳିବ। ମର୍ଣ୍ଣିଂ ୱାକ ଓ ସାଇକ୍ଲିଂ ପାଇଁ ଘଣ୍ଟାଏଁ ଲେଖାଏଁ କୋହଳ ମିଳିବ। ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ ଓ ସାଇକ୍ଲିଂ ପାଇଁ ଘଣ୍ଟାଏଁ ଲେଖାଏଁ କୋହଳ ମିଳିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଏଥିସହ ସପ୍ତାହାନ୍ତ ସଟଡାଉନ ଲାଗୁ ନେଇ ଏସଆରସି ଜେନା ସ୍ପଷ୍ଟ କରିଛନ୍ତି।
ସେହିଭଳି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଛନ୍ତି ଏସଆରସି। ଏନେଇ ଗତକାଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। କେବଳ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ କିମ୍ବା ଟିକାର ଡବଲ ଡୋଜ ନେଇଥିଲେ ହୋମ କ୍ୱାରେଣ୍ଟାଇନ ପାଇଁ ଅନୁମତି ମିଳିବ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି। ଶନିବାର ସକାଳୁ ହିଁ ସପ୍ତାହାନ୍ତ ସଟଡାଉନ ଆରମ୍ଭ ହେବ ବୋଲି ଏସଆରସି ଜେନା କହିଛନ୍ତି ।