କାଳୁପଡ଼ା ଘାଟ:-୨।୦୨/ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଜରିପଡ଼ା ଅଞ୍ଚଳର ଜଗନ୍ନାଥ ପୁର ଗ୍ରାମବାସୀ ଏବଂ ସେହି ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ଯମୁନା ବେୱାଙ୍କର ମଧ୍ୟରେ ଏକ ସ୍ଥିତିବାନ ଜମିକୁ ବିଭିନ୍ନ ସମୟରେ ଛକାପଞ୍ଚା ଲାଗିରହିଛି।ଯମୁନା ବେୱାଙ୍କର ସ୍ଥିତିବାନ ଜମିକୁ ସେହି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ଗ୍ରାମ୍ୟ ରାସ୍ତା, ପାଚେରୀ, ପାଣି ଟାଙ୍କି ସହ କିଛି ମନ୍ଦିର ନିର୍ମାଣରେ ଜବର ଦଖଲ କରିନେଇ ଥିବାର ଅଭିଯୋଗ କରିଛନ୍ତି ଯମୁନା ।ଜଗନ୍ନାଥ ପୁର ଗ୍ରାମର ଅସହାୟା ବୃଦ୍ଧା ଯମୁନା ଙ୍କର ୯୮ ଡ଼ିସିମିଲ ଜାଗାକୁ ଗ୍ରାମବାସୀ ଭୟ ଦେଖାଇ ଜବର ଦଖଲ ବାରମ୍ବାର କରୁଛନ୍ତି ଏବଂ ଜୀବନରେ ମାରିଦେବାକୁ ମଧ୍ୟ କିଛି ଅସାଧୁ ବ୍ୟକ୍ତି ବାରମ୍ବାର ସୁଯୋଗ ଖୋଜୁଥିବାର ଯମୁନା ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି।କିନ୍ତୁ ପୋଲିସ ଆଗରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।ଅପରପକ୍ଷରେ ବୃଦ୍ଧା ଯମୁନା ଏ ବିଷୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ,ଏସପି ଖୋର୍ଦ୍ଧା, ମହିଳା କମିଶନ,୫-ଟି ସଚିବ,ଗୃହ ସଚିବ, ଡ଼ିଜି ପୁଲିସ, ଟାଙ୍ଗୀ ଥାନା ଆଇଆଇସି ପ୍ରଭୃତି ଙ୍କୁ ଡାକ ଯୋଗେ ଜଣାଇଥିଲେ ମଧ୍ୟ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପ୍ରଶାସନ ନନେବାରୁ ବାଧ୍ୟହୋଇ ଗତ ୨୯ ତାରିଖ ଶୁକ୍ରବାରଦିନ ତାଙ୍କର ପରିବାରପକ୍ଷରୁ ଶ୍ରୀ ସନତ୍ କୁମାର ମହାନ୍ତି ଜିଲ୍ଳାପାଳ ଖୋର୍ଦ୍ଧାଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ଏବଂ ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ବିବାଦୀୟ ଜମିର ମାପ କରାଯାଇଛି।ପ୍ରାପ୍ତ ସୂଚନା ମୁତାବକ ବିବାଦୀୟ ସ୍ଥଳ ଗ୍ରାମ ରାସ୍ତାଟି ଯମୁନା ବେୱା ଙ୍କର ରହୁଥିବାର ଦେଖିବାକୁ ମିଳିଛି।ଅପର ପକ୍ଷରେ ଗ୍ରାମବାସୀ ମାନେ ଉତ୍ୟକ୍ତ ପରିସ୍ଥିତି ରେ ରହିଥିବାବେଳେ ଗ୍ରାମର ପୂର୍ବତନ ସଭାପତି ସୀତାରାମ ବେହେରା ଆମ ପ୍ରତିନିଧି ଙ୍କୁ କହିଛନ୍ତି ଯେ ଏହି ବିବାଦୀୟ ରାସ୍ତା ଆମର ଏକମାତ୍ର ଗ୍ରାମର ରାସ୍ତା ଯଦି ପ୍ରଶାସନ ପକ୍ଷରୁ ଆମକୁ ରାସ୍ତା ଅବରୋଧ କରାଯାଏ ତ ଆମ୍ଭେମାନେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ ଖୋର୍ଦ୍ଧା କାର୍ଯ୍ୟାଳୟ ଘେରାଉ କରିବୁ।ସେହିପରି ଅଭିଯୋଗକାରୀ ଯମୁନା ବେୱା କହିଛି ଯେ ମୁଁ ଜଣେ ନିରାଶ୍ରୟ ବୃଦ୍ଧା ମୋ ଜୀବନ ପ୍ରତି ବିପଦ ରହିଛି।ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନନେଲେ ଯଦି ମୋର କିମ୍ବା ମୋ ପରିବାରର କ୍ଷତି ହୁଏ ତ ପ୍ରଶାସନ ଦାୟୀ ରହିବ।