୫୪ ଦିନପରେ ସାଉଦିଆରବର ଜେଦ୍ଵା ସହରରୁ ବାଣପୁର ଫେରିଲା ଓଡିଆଙ୍କ ମୃତ ଦେହ

ବାଣପୁର ବ୍ଲକ ଅନ୍ତର୍ଗତ ବାଁଳେଇ ଗ୍ରାମର ସ୍ଵର୍ଗତ ନଟବର ପ୍ରଧାନଙ୍କ ୪ର୍ଥ ତଥା ସାନ ପୁଅ ଦାମୋଦର ପ୍ରଧାନ, ୫୩ବର୍ଷ,ପାସପୋର୍ଟ ନମ୍ବର T-9280449 ୨୦୦୬ ବର୍ଷରୁ ସାଉଦିଆରବର ଜେଦା ସହରେ ଥିବା AL-OSTOOL-AL-AALI କମ୍ପାନୀରେ ଡ୍ରାଇଭର ଭାବରେ କାମ କରୁଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି କମ୍ପାନୀ କତୃପକ୍ଷଙ୍କ ତରଫରୁ ଘରକୁ ୦୬/୧୧/୨୦୨୦ ରେ ଜଣାଇ ଦିଆଗଲା ଓ ସେହିଦିନ ତାଙ୍କୁ KING ABDULAZIZ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଉ କୌଣସି ଯୋଗାଯୋଗ ଘର ସହିତ କମ୍ପାନୀ କର୍ତ୍ତୁପକ୍ଷ କରିଲେ ନାହିଁ । ପ୍ରାୟ ଏକ ମାସ ଘର ଲୋକ କୌଣସି ଖବର ନ ପାଇ ବ୍ଯସ୍ତ ଓ ଚିନ୍ତାରେ ଥିଲେ । ୦୯/୧୨/୨୦୨୦ ରେ ତାଙ୍କର ହସପିଟାଲରେ ମୃତ ହୋଇଛି ବୋଲି କମ୍ପାନୀ କତୃପକ୍ଷ ଘରକୁ ଜଣାଇଲେ। ମୃତ ଦେହକୁ ଓଡିଶା ପଠାଇବା ପାଇଁ କମ୍ପାନୀ କତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କଲେ ଏବ॰ ସେଠାରେ ଶବକୁ ପୋତିଦେବା ପାଇଁ ଚେତାବନୀ ଦେଲେ । ମୃତଶରୀରକୁ ଗ୍ରାମକୁ ପଠାଇବା ପାଇଁ ପରିବାର ପକ୍ଷରୁ କମ୍ପାନୀ କତୃପକ୍ଷଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଅନୁରୋଧ କରାଯାଇଥିଲା।

ଭାରତୀୟ ଜୀବନ ବୀମା ନିଗମର ପୁରୀ ଶାଖାରେ କାର୍ଯ୍ୟରତ ସ୍ଥାନୀୟ ଚମ୍ପାଦେଇପୁର ଗ୍ରାମର ବାବୁଲି କୁମାର ସାହୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ , ଜେଦ୍ୱାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୁତ କାର୍ଯ୍ଯ।ଳୟର କନସୁଲାର ଅଧିକାରୀ (Vice consul) ସାହାବୁଦ୍ଧିନ ଖାନ, ଓ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଅହମ୍ମଦଙ୍କ ସହ ଯୋଗାଯୋଗ କରି ଦାମୋଦରଙ୍କ ମୃତଦେହକୁ ଗ୍ରାମକୁ ଆଣିବା ପାଇଁ ଉଦ୍ୟମ ଚଳାଇଥିଲେ । ଶ୍ରୀ ସାହୁଙ୍କ ଉଦ୍ୟମ କ୍ରମେ ୩୦.୦୧.୨୦୨୧ ରିଖ ଜେଦ୍ଵାରୁ ଦୁବାଇ ଓ ୩୧.୦୧.୨୦୨୧ ଦୁବାଇରୁ କଲିକତା EK 570 ବିମାନ ଯୋଗେ ୩୧.୦୧.୨୦୨୧ ସକାଳ 7.30 ରେ ପହଞ୍ଚିଲେ। ସେଠାରୁ ତାଙ୍କ ସଳା ଓ ଅନ୍ୟ ସମ୍ପର୍କୀୟ ଭାଇ ଏମ୍ବୁଲେନ୍ସ ଯୋଗେ ଆସି ଗ୍ରାମରେ ୦୧.୦୨.୨୦୨୧ ତାରିଖ ସକାଳ ୭ଟା ସମୟରେ ପହଞ୍ଚି ଥିଲେ ଏବ॰ ଗ୍ରାମର ଶ୍ମଶାନରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଛି । ଏ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଦୁଇପୁଅ ଓ ସ୍ତ୍ରୀ ବବିତା ପ୍ରଧାନ ଦୁଃଖରେ କାଳାତିପାଦ କରୁଛନ୍ତି । ଦାମୋଦରଙ୍କ ବକେୟା ଦରମା, ବୋନସ ଓ ଅନ୍ୟ ପ୍ରାପ୍ତ ପାଇବା ପାଇଁ ତାଙ୍କ ବବିତା ପ୍ରଧାନ କମ୍ପାନୀ କତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।