ଦିପାବଳୀକୁ ନେଇ ଡିସିପି ଉମାଶଙ୍କର ଦାଶଙ୍କ ଚେତାବନୀ

ଭୁବନେଶ୍ୱର,୧୧/୧୧: କରୋନା ଯୋଗୁଁ ସମସ୍ତ ପର୍ବପର୍ବାଣୀରେ କଟକଣା ଲାଗୁ ହୋଇଛି । ଏହାରି ମଧ୍ୟରେ ଦିପାବଳୀକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ‘ ଏସଆରସିଙ୍କ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ବାଣ ଦୋକାନରେ ଚଢାଉ ଜାରି ରହିଛି । ଖୋର୍ଦ୍ଧା ଜଟଣୀରେ ୨ଟି ଗୋଦାମ ସିଜ୍ କରାଯାଇଛି । ଏହା ସହ ଜଟଣୀରୁ ଅଢେଇ ଟ୍ରକ୍ ବାଣ ଜବତ କରାଯାଇଛି । ଅନ୍ୟପଟେ ଧନେତରାସରେ ସୁନା ଦୋକାନରେ ଭିଡ କମାଇବାକୁ କୁହାଯାଇଛି ଭିଡ ହେଲେ ଦୋକାନକୁ ସିଜ୍ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।