ନୂଆଦିଲ୍ଲୀ,୨୫।୧୦: ହୃଦ୍ଘାତରେ ଶିକାର ହୋଇ ନୂଆଦିଲ୍ଲୀର ଫୋର୍ଟିଜ ଏସ୍କର୍ଟସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ଭାରତୀୟ କ୍ରିକେଟର କପିଲ୍ ଦେବ ଆଜି ଡିସ୍ଚାର୍ଜ ହୋଇଛନ୍ତି। ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଥିବାରୁ ସେ ଖୁବଶୀଘ୍ର ନିଜର କାର୍ଯ୍ୟ ଆରମ୍ଭ କରିପାରିବେ। ଲଗାତର ଡାକ୍ତର ଅତୁଲ ମାଥୁରଙ୍କ ପରାମର୍ଶ ନେବେ ବୋଲି ହସ୍ପିଟାଲରୁ ଜାରି ଏକ ବିଜ୍ଞପ୍ତିରୁ ଜଣାପଡ଼ିଛି। କପିଲ ଦେବ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହେବାର ଫଟୋ ସେୟାର କରିଛନ୍ତି ତାଙ୍କର ପୂରୁଣା ବନ୍ଧୁ ଚେତନ ଶର୍ମା। ସେ ଟ୍ଵିଟ୍ କରି ଲେଖିଛନ୍ତି ଡାକ୍ତର ଅତୁଲ ମାଥୁର କପିଲଙ୍କ ‘ଆଞ୍ଜିଓପ୍ଲାଷ୍ଟି’କରିଛନ୍ତି। ସେ ଏବେ ସୁସ୍ଥ। ତାଙ୍କୁ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଯାଇଛି। ଏହା ଲେଖିବା ସହିତ ଚେତନ ହସ୍ପିଟାଲ୍ରୁ ବାହାରିବା ସମୟର ଫଟୋ ସେୟାର କରିଛନ୍ତି।