ଭୁବନେଶ୍ୱର,୨୩।୧୦: ରାଜ୍ୟରେ କଲବଲ କରୁଛି କରୋନା । ଏହାରି ମଧ୍ୟରେ କରୋନା ଟିକା ପାଇଁ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୯ ସୁଦ୍ଧାଡାଟାବେସରେ ପଞ୍ଜିକରଣ କରିବା ଜରୁରୀ ବୋଲି କୁହାଯାଇଛି । ଖୁବଶୀଘ୍ର କୋଭିଡ ଭ୍ୟାକ୍ସିନ ଉପଲବ୍ଧ ହୋଇପାରେ । କେନ୍ଦ୍ର ସରାକର ଏନେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ରହିବ । ଆଇଏମଏ, ଅୟୁଷ, ନର୍ସିଂ ଆସୋସିଏସନକୁ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ବେସରାକରୀ ଅନୁଷ୍ଠାନକୁ ମଧ୍ୟ ଚିଠି ପଠାଯାଇଛି ।
ଓଡ଼ିଶା ରାଜ୍ୟ ଶାଖା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ ର ଅଧ୍ୟକ୍ଷ ଆୟୁଷ ଆସୋସିଏସନ୍’ର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ଶାଖା ନର୍ସିଙ୍ଗ୍ ଆସୋସିଏସନ୍ ର ଅଧ୍ୟକ୍ଷ ଓଡ଼ିଶାର ସମସ୍ତ ପାରାମେଡିକ୍ ୱାର୍କର୍ସ ଆସୋସିଏସନ୍ ଏବଂ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ୍ ଓନର୍ସ ଆସୋସିଏସନ୍ ର ଅଧ୍ୟକ୍ଷଙ୍କ ପାଖକୁ ଲେଖାଯାଇଥିବା ଏହି ପତ୍ରରେ ସେ ଲେଖିଛନ୍ତି ଯେ ଖୁବ୍ ଶୀଘ୍ର କରୋନା ଭାଇରସ୍ ଟିକା ମିଳିପାରେ ବୋଲି ଆଶା କରାଯାଉଛି। ତେଣୁ ଏହି ନୂଆ ଟିକାର ପ୍ରଚଳନ ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସେବା ପ୍ରତିଷ୍ଠାନର ସ୍ବାସ୍ଥ୍ୟ ସେବା କର୍ମୀ ବା ହେଲ୍ଥ୍ କେୟାର୍ ୱାର୍କର୍ସମାନଙ୍କର (ସିଡବ୍ଲୁସି) ଡାଟାବେସ୍ ପ୍ରସ୍ତୁତି କରିବାକୁ ଭାରତ ସରକାର କହିଛନ୍ତି।
ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ମୁନିସ୍ପାଲ୍ କର୍ପୋରେସନ୍, ସିଡିଏମ୍ ଏବଂ ପିଏଚ୍ଓ, ଏଡିପିଏଚ୍ଓମାନଙ୍କ (ଏଫ୍ଡବ୍ଲୁ) ସହ ଯୋଗାଯୋଗ କରି ୨୦୨୦ ଅକ୍ଟୋବର ୨୯ ସୁଦ୍ଧା ସମସ୍ତ ସ୍ବାସ୍ଥ୍ୟ ସେବା କର୍ମୀ ନିଶ୍ଚିତରୂପେ ଏହି ଡାଟାବେସ୍ରେ ସେମାନଙ୍କ ନାମ ଦରଜ କରିବାକୁ ଆପଣମାନଙ୍କ ସଂଘର ସଦସ୍ୟମାନଙ୍କୁ ଜଣାଇ ଦେବାକୁ ଅନୁରୋଧ କରାଯାଉଛି।