ଭୁବନେଶ୍ୱର,୧୯/୧୦: ନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ହେବ।

ତେବେ +2 ଫଳକୁ ନେଇ ଅସନ୍ତୁଷ୍ଟ ପିଲାଏ ଦେଇପାରିବେ ଏହି ଅଫ୍‌ଲାଇନ ପରୀକ୍ଷା । ଏବର୍ଷ କୋରୋନା ପାଇଁ +2 ପରୀକ୍ଷା ଅଧାରୁ ବାତିଲ ହୋଇଥିଲା। ବିକଳ୍ପ ପଦ୍ଧତିରେ ପ୍ରକାଶ କରାଯାଇଥିଲା ପରୀକ୍ଷା ଫଳ।

ନଭେମ୍ବର ୫ ତାରିଖରେ ଅର୍ଥନୀତି, ଜୀବ ବିଜ୍ଞାନ, ୬ ତାରିଖରେ ପରିସଂଖ୍ୟାନ, ନୃତତ୍ତ୍ୱ, ସମାଜ ବିଜ୍ଞାନ ଏବଂ ୭ ତାରିଖରେ ତର୍କଶାସ୍ତ୍ର, ଭୂଗୋଳ ପରୀକ୍ଷା ହେବ। ତେବେ କୋଭିଡ୍‌ ଗାଇଡ଼ଲାଇନ ମାନି ପରୀକ୍ଷା ଦେବାକୁ CHSE ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।