ବାଣପୁର,୧୫।୧୦: ସର୍ବସାଧାରଣଙ୍କ ସହରିଆ ରାସ୍ତାକୁ ଆକଳନ କଲେ ଏହା ଠାରୁ ଜନ ଗହଳି ଢେର ବଢିଚାଲିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ମୂଖ୍ୟ ରାସ୍ତା ଜବର ଦଖଲ ଦ୍ୱାରା ରାସ୍ତା ଅବରୋଧ କରି ମୂଖ୍ୟ ରାସ୍ତା ମାନଙ୍କୁ ସକୀର୍ଣ୍ଣ କରି ଦେବାଭଳି ସ୍ଥିତି ଆଜି ଘଟଣା, ଦୁର୍ଘଟଣାର ମୂଖ୍ୟ କାରଣ । ବଜାର ଉପରେ ଗୋଦାମ ପରି କିଛି ବ୍ୟବସାୟ ପ୍ରତିଷ୍ଠାନ ମାନେ ଜନ ଗହଳି ସମୟରେ ବଡ ବଡ ମାଲବାହି ଗାଡିକୁ ମୂଖ୍ୟ ରାସ୍ତା ଉପରେ ଠିଆ କରାଇ ମାଲ ଖାଲି କରିବା ଏକ ସମସ୍ୟା ହୋଇଛି । ଏପରି କି ଟ୍ରାଫିକ ଜାମ ରହୁଥିବାରୁ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ଫସି ରହୁଥିଲେ ମଧ୍ୟ ପ୍ରଶାସନ ସବୁଦେଖି ନ ଦେଖିଲା ପରି ଚୁପ ରହୁଛି । ଥାନା ଠାରୁ ଅନତି ଦୂର ମାନଙ୍କ ସ୍ଥାନରେ ଏପରି ପରିସ୍ଥିତି ଅପ୍ରିତି ଜନକ ହୋଇଥିବା ବେଳେ ସ୍ଥାନୀୟ ଅଧିକାରୀ ମାନଙ୍କର ଆଇନ ଶୃଙ୍ଖଳା ନିତି ସବୁ ଜଳିପୋଡି ପାଉଁଶ ହୋଇ ଯାଉଛି । ଏପରି ପରିସ୍ଥିତିରେ ଜନ ମାନସରେ ଅଶାନ୍ତ, ବିତୃଷ୍ଣା ଓ ଅବିଶ୍ୱାସ ସୃଷ୍ଟି ହୋଇ ଆଞ୍ଚଳିକ ଅଧିକାରୀ ମାନଙ୍କ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେବା ସହ ଟ୍ରାଫିକ ସମସ୍ୟାର ସମାଧାନ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।