ଗୁଣପୁର,୦୮।୧୦: (ସିଦ୍ଧାର୍ଥ ଦାଶ) ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଜେ ସୋନାଲ (IAS) ମଙ୍ଗଳବାର ଦିନ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଡ଼ାରୀ ବ୍ଲକ୍ ଗସ୍ତ କରି ବିଭିନ୍ନ ଅପହଞ୍ଚ ଅଞ୍ଚଳ ଚାଲିଚାଲି ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝିଥିଲେ । ଗୁଡ଼ାରୀ ବ୍ଲକର ମଧୁବନ,ପେଣ୍ଡିଲି, କର୍ଲଘଟି ଗ୍ରାମ ପଞ୍ଚୟତର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପାନୀୟଜଳ, ବିଜୁଳି, ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା,ପି ଡି ଏସ ଚାଉଳ, ଡାଲି, କିରୋସିନ, ଭତ୍ତା ଠିକ୍ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ,ଶିକ୍ଷକ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ପିଲାମାନେ ସ୍କୁଲ୍ ଯାଉଛନ୍ତି ନା ନାହିଁ ପଚାରି ବୁଝିଥିଲେ । ଜୀମାରାଉ, ନାଉଳି, ଉଡରୁ, ଡି ପେଣ୍ଡିଲୀ ଭଳି ଅପହଞ୍ଚ ଅଞ୍ଚଳକୁ ଗସ୍ତ କରିଥିଲେ । ସ୍ଥାନୀୟ ଲୋକ ମାନେ ସରକାରୀ ସୁବିଧା ସୁଯୋଗରୁ ଯେପରି ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଉପଜିଲ୍ଲାପାଳ ଙ୍କ ସହ ଗୁଡ଼ାରୀ ତହସିଲଦାର ଭାରତୀ ଦେବୀ, ବିଡିଓ ଶ୍ରୀ ନୃସିଂହ ଚରଣ ସେଠୀ, ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।