କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ

ଭୁବନେଶ୍ୱର,୬ ।୧୦: କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଛି। ଦିଲୀପଙ୍କ ଉପରେ ୧୯୯୯ରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ।
ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ କୋର୍ଟ ଜଜ ପରାଶର । ତେବେ ଏନଡିଏ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ।