ରାଜ୍ୟରେ ଆଜି ଚିହ୍ନଟ ହେଲେ ୩୬୧୫ କରୋନା ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର,୦୧।୧୦ : ରାଜ୍ୟରେ ଆଜି ୩୬୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୧୧୮ ଜଣ କ୍ଵାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୪୯୭ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର ୭୩୪କୁ ବୃଦ୍ଧି ପାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେହିପରି କରୋନାରେ ଆଜି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୯ରେ ପହଞ୍ଚିଛି।
ଗୁରୁବାର ମିଳିଥିବା ୩୦ ଜିଲ୍ଲାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୬୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ଅନୁଗୁଳ ୧୮୮, ବାଲେଶ୍ଵର ୯୬, ବରଗଡ ୮୬, ଭଦ୍ରକ ୬୧, ବଲାଙ୍ଗୀରି ୮୧, ବୋଦ୍ଧ ୨୦, କଟକ ୩୭୧, ଦେବଗଡ ୧୨, ଢେଙ୍କାନାଳ ୬୦, ଗଜପତି ୨୯, ଗଞ୍ଜାମ ୪୨, ଜଗତସିଂହପୁର ୮୩, ଯାଜପୁର ୧୪୪, ଝାରସୁଗୁଡା ୧୦୬, କଳାହାଣ୍ଡି ୧୦୬, କନ୍ଧମାଳ ୫୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୦୯, କୋରାପୁଟ ୪୭, ମାଲକାନଗିରି ୧୨୩, ମୟୂରଭଞ୍ଜ ୧୨୩, ନବରଙ୍ଗପୁର ୫୭ , ନୟାଗଡ ୬୪, ନୂଆପଡା ୬୬, ପୁରୀ ୧୯୭, ରାୟଗଡ଼ା ୩୯, ସମ୍ବଲପୁର ୭୩, ସୁବର୍ଣ୍ଣପୁରରୁ ୭୦ ଓ ସୁନ୍ଦରଗଡ ଜିଲ୍ଲାରୁ ୭୩ ଜଣ ଏବଂ ଷ୍ଟେଟ ପୁଲରୁ ୨୪୦ ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି।