ରାଜ୍ୟରେ ୨୪ ଘଣ୍ଟାରେ ୪୨୪୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୨୪୨କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୪,୧୨୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୦୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୦ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୫ଜଣ,ବରଗଡ଼ ଜିଲ୍ଲାରୁ ୧୧୪ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୮ଜଣ, ବୌଦ୍ଧ ଜିଲ୍ଲାରୁ ୪୫ଜଣ, କଟକ ଜିଲ୍ଲାରୁ ୫୯୫ ଜଣ, ଦେଓଗଡ଼ ଜିଲ୍ଲାରୁ ୧୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୧ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୫୭ଜଣ, ଜଗତସିଂହପୁର ଜିଲ୍ଲାରୁ ୧୭୬ଜଣ, ଯାଜପୁର ଜିଲ୍ଲାରୁ ୧୩୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୦୫ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦ଜଣ, କନ୍ଧମାଳ ଜିଲ୍ଲାରୁ ୧୫୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୫ଜଣ, କେନ୍ଦୁଝର ଜିଲ୍ଲାରୁ ୬୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୫୨ଜଣ, କୋରାପୁଟ ଜିଲ୍ଲାରୁ ୯୦ଜଣ, ମାଲକାନଗିରି ଜିଲ୍ଲାରୁ ୬୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୭୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୪ଜଣ, ନୟାଗଡ଼ ଜିଲ୍ଲାରୁ ୫୩ଜଣ, ନୂଆପଡା ଜିଲ୍ଲାରୁ ୫୮ଜଣ, ପୁରୀ ଜିଲ୍ଲାରୁ ୧୮୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୧୩ଜଣ, ସୋନପୁର ଜିଲ୍ଲାରୁ ୧୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩୩ଜଣ, ଷ୍ଟେଟ ପୁଲ୍‌ରୁ ୨୦୬ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୮୪,୧୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭,୬୮୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧,୪୫,୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।