ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର,୧୫।୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସେତୁ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବଜେଟ ହୋଇଛି । ୩୦ ମାସ ଭିତରେ ସେତୁ ନିର୍ମାଣ କାମ ଶେଷ ହେବ । ବାଲିପାଳ-ଭୋଗରାଇ ମଧ୍ୟରେ ଯାତାୟତର ସୁବିଧା ହେବ ।
ଏହା ସହ ଓଡିଶା ଦ୍ରବ୍ୟ ଓ ସେବା କର ଅଧ୍ୟାଦେଶରେ ସଂଶୋଧନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି ।