ନୂଆଦିଲ୍ଲୀ ୧୩।୦୯: କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ଅସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅମିତ ଶାହାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି । ଶନିବାର ଦିନ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ, କରୋନାରୁ ସଂକ୍ରମଣରୁ ସୁସ୍ଥ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କିନ୍ତୁ ଗତକାଲି ରାତିରେ ନିଶ୍ୱାସ ନେବାରୁ ଅଧିକ ଅସୁବିଧା ହେବାରୁ ତାଙ୍କୁ AIIMSରେ ଭର୍ତ୍ତି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଗତ ମାସ ମାନେ ଅଗଷ୍ଟ ୨ ତାରିଖରେ କରୋନା ସଂକ୍ରମଣ ହୋଇଥିଲେ । ଯାହାପରେ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ୧୪ ଅଗଷ୍ଟ ଦିନ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାର ୪ଦିନ ପରେ ୧୮ଅଗଷ୍ଟ ଦିନ ପୋଷ୍ଟ-କୋଭିଡ କେୟାର ନିମନ୍ତେ AIIMSରେ ଭର୍ତ୍ତି କରାଯାଇଥିଲା । ଗତ ୩୧ ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।