ଭାଦ୍ର (ସିଂହ) ସେପ୍ଟମ୍ବର ୧୧ ତାରିଖ ୨୦୨୦
ମେଷ – ପ୍ରାଧାନ୍ୟ ବୃଦ୍ଧି ପାଇବ। ସହଯୋଗ ମିଳିବ। ଦେହ ସୁସ୍ଥ ରହିବ।
ବୃଷ – କାର୍ଯ୍ୟରେ ବିଳମ୍ବ ଘଟିବ। ଆୟ ସ୍ଥିର ରହିବ। ସୁସ୍ଥତା ଅନୁଭବ କରିବେ।
ମିଥୁନ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୁଶଳ ଅନୁଭୂତ ହେବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କର୍କଟ – ଚିନ୍ତା ବୃଦ୍ଧି ଘଟିବ। ମନ ଆନ୍ଦୋଳିତ ହୋଇପାରେ। ଆୟ ଠିକ ରହିବ।
ସିଂହ – ସାହାଯ୍ୟ ପ୍ରାପ୍ତି ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ରହିଛି।
କନ୍ୟା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ତୁଳା – କର୍ମ ଚଞ୍ଚଳ ରହିବେ। ସାହାଯ୍ୟ ସହଯୋଗ ମିଳିପାରେ। ଆୟ ଭଲ ହେବାର ସମ୍ଭାବନା ରହିଛି।
ବିଛା – ଶାରୀରିକ ପୀଡା ଅନୁଭବ କରିବେ। ମନ କିଛି ମାତ୍ରାରେ ଅସନ୍ତୋଷ ରହିବ। ପାରିବାରିକ ସହଯୋଗ ମିଳିବ।
ଧନୁ – ବନ୍ଧୁ ମିଳନ ଯୋଗ ରହିଛି। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ଦିନଟି ପ୍ରାୟ ଭଲରେ କଟିବାର ସମ୍ଭାବନା ରହିଛି।
ମକର – ଆତ୍ମବଡିମା ପ୍ରକାଶ କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଠିକ ହେବ।
କୁମ୍ଭ – ଅସମ୍ମାନ ପ୍ରାପ୍ତି ହୋଇପାରେ। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।