ଆଜି ରାଜ୍ୟରେ ୩୭୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧ ଜୀବନ ନେଲା କରୋନା

ଭୁବନେଶ୍ୱର,୦୯।୦୯: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୭୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ । ୧୧ ଜୀବନ ନେଲା ମହାମାରୀ କରୋନା । ୨୨୧୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୩୮ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି।

ଓଡିଶାର ୩୦ ଟି ଜିଲ୍ଲାରୁ ୩୭୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୫୭, ବାଲେଶ୍ୱର ୧୦୩, ବରଗଡ଼ ୯୨, ଭଦ୍ରକ ୪୬, ବଲାଙ୍ଗୀର ୧୬୩, ବୌଦ୍ଧ ୫୮, କଟକ ୩୯୨, ଦେବଗଡ଼ ୨୪, ଢେଙ୍କାନାଳ ୬୫, ଗଜପତି ୩୩, ଗଞ୍ଜାମ ୭୧, ଜଗତସିଂହପୁର ୯୪, ଯାଜପୁର ୧୪୦, ଝାରସୁଗୁଡା ୭୦, କଳାହାଣ୍ଡି ୩୮, କନ୍ଧମାଳ ୮୫, କେନ୍ଦ୍ରାପଡା ୧୧୬, କେନ୍ଦୁଝର ୬୩, ଖୋର୍ଦ୍ଧା ୬୧୫, କୋରାପୁଟ ୯୭, ମାଲକାନଗିରି ୨୧, ମୟୁରଭଞ୍ଜ ୩, ନବରଙ୍ଗପୁର ୧୨୧, ନୟାଗଡ଼ ୬୯, ନୂଆପଡା ୧୦୭, ପୁରୀ ୩୮୭, ରାୟଗଡା ୮୨, ସମ୍ବଲପୁର ୭୯, ସୋନପୁର ୧୨୪ , ସୁନ୍ଦରଗଡ ରୁ ୧୫୭ ଓ ଷ୍ଟେଟ ପୁଲ ରୁ ୧୭୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୩୫,୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୨,୩୧୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧,୦୨,୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସହିପରି ରାଜ୍ୟରେ ଆଜି ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪ ଓ ଭବନେଶ୍ୱରରୁ ୨ଜଣ ,ବଲାଙ୍ଗୀର, ଖୋର୍ଦ୍ଧା, କେନ୍ଦୁଝର, ପୁରୀ, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି ।