ପୁରୀ,୦୪।୦୯: ବଗଲା ଧର୍ମଶାଳାର ଜମିକୁ ପ୍ରଶାସନ ଚଞ୍ଚକତା କରି ବିକ୍ରୟ କରିବା ଘଟଣା ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି । ଜମି ବିକ୍ରୟକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର ପୁରୀ ଜିଲା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ଦିଆଯାଉଥିବା ଧାରଣା ୧୪ ଦିନରେ ପହଁଚିଛି । ଧାରଣାରେ ରାଜ୍ୟ ସଭାପତି ସମୀର କୁମାର ମହାନ୍ତି , ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଡ଼ ସମ୍ବିତ କୁମାର ପାତ୍ର , ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର , ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେଵ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଧାରଣାରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି କୁ ବିରୋଧ କରିବା ସହ ବିକ୍ରୟ ହୋଇଥିବା ୬ଟି କବଲାକୁ ସରକାର ତୁରନ୍ତ ରଦ କରି କେନ୍ଦ୍ରସରକାରଙ୍କ ପ୍ରସାଦ ଯୋଜନାରେ ଜାରି ରହିଥିବା ଧର୍ମଶାଳାର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ ବୋଲି ଦାବି କରିଥିଲେ । ତେବେ ରାଜ୍ୟସରକାରଙ୍କ ନିଷ୍ପତ୍ତି ବିରୋଧରେ ଡିଜିଟାଲ ପ୍ଲାଟଫର୍ମରେ ଆନ୍ଦୋଳନ ଜାରି ରଖିବା ନିମନ୍ତେ ରାଜ୍ୟ ସଭାପତି ସମୀର କୁମାର ଦାସ ଏକ ଆପ ଉନ୍ମୋଚନ କରିଥିଲେ । ଏହି ଆପ ଦ୍ୱାରା ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ପିଟିସନ ଦାଖଲ କରିପାରିବେ । ଧାରଣାରେ ଅନ୍ୟ ମାନଙ୍କ ମଧ୍ୟରେ , ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ , ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ବ୍ରହ୍ମଗିରି ବିଧାୟକ ଲଳିତେନ୍ଧୁ ମହାପାତ୍ର ଙ୍କ ସମେତ ପାର୍ଟିର ସମସ୍ତ ନେତା ଓ କର୍ମୀ ଉପସ୍ଥିତ ଥିଲେ ।