ରାଜ୍ୟ ରେ କେମିତି ରହିଛି କରୋନା ସ୍ଥିତି | ମ୍ୟାପ୍‌ରେ ଯୋଡି ହେଲା ସମ୍ବଲପୁର |

BiplabNews Bureau

ଭୁବନେଶ୍ବର ୧୭।୫: 

ଭୁବନେଶ୍ଵର : ରାଜ୍ୟରେ ଆଜି ୯୧ଜଣ ନୂଆ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ୯୧ ସଂକ୍ରମିତଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାରୁ ୨୮ ଜଣ, ବାଲେଶ୍ବର ଜିଲ୍ଲାରୁ ୧୭ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ ଜଣ, କଟକ ଜିଲ୍ଲାରୁ ୧୨ ଜଣ, ପୁରୀ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ବଲାଙ୍ଗିର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ଜଣେ, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ରହିଛନ୍ତି ।୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି । ଏହି ମୃତ ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲାର। ରବିବାର ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ମିଳିଛି ଏହି ସୂଚନା।

ଶନିବାର ରାଜ୍ୟରେ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଗଞ୍ଜାମ ଜିଲ୍ଲାର ୨୮ ଏବଂ କଟକ ଓ ବାଲେଶ୍ୱର ଜିଲ୍ଲାର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ତେଣେ ଏବେ ଗଞ୍ଜାମରେ ମୋଟ୍ ୩୦, କଟକରେ ୨ଜଣ ଓ ବାଲେଶ୍ୱରରେ ୨୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୫୩୮ ଥିବା ବେଳେ ୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ୍ ୨୧ ଜିଲ୍ଲାକୁ କରୋନା ଛୁଇଁ ସାରିଲାଣି । ସମ୍ବଲପୁର ଜିଲ୍ଲା ନୂଆ ଜିଲ୍ଲା ଭାବେ କରୋନା ମ୍ୟାପ୍ ରେ ଯୋଡି ହୋଇଛି ।