ଭୁବନେଶ୍ଵର, ୦୩/୦୯: କରୋନା ର କରାଳ ରୂପ ହେଉ ଅଥବା ତଥା କଥିତ ଜନ ମାନସରେ ଭୟର ବାତାବରଣ ହେଉ, ସବୁଠି ସମସ୍ତେ ଆତଙ୍କିତ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା ନ କହିଲେ ଭଲ । ଏ ସଙ୍କଟ ସମୟ ସାଥ ଦେଇଛି ଅସାମାଜିକଙ୍କ ମାନସିକତାକୁ । ଏପରି ସ୍ଥଳେ ଅସାମାଜିକ ମାନସିକତା ଆଗରେ ମୁଣ୍ଡ ନୂଆଇଁ ହାର ମାନିଛି ପୁଲିସ ବିଭାଗ । କରୋନା ଆଣିଦେଇଛି ପୁଲିସ ବିଭାଗରେ ବିଶ୍ରାମର ନିର୍ଘଣ୍ଟ । ସବୁ ପୁଲିସ ଥାନାର ପ୍ରବେଶ ଦ୍ଵାର ଆଜି ବନ୍ଦ ହୋଇ ରହୁଛି କର୍ତ୍ତବ୍ୟ ଭୟରେ କରୋନାର ବାହାନାରେ । ଏହି ସମୟରେ ଚୋରୀ, ଦାରି, ରାହାଜାନି, ଧର୍ଷଣପରି ବିଶୃଙ୍ଖଳିତ କାର୍ଯ୍ୟ ଦୃତ ମାତ୍ରାରେ ବୃଦ୍ଧି ପାଇଥିବାରେ ସର୍ବସାଧାରଣ ଆତଙ୍କିତ ହୋଇ ପୁଲିସ ପବ୍ଲିକ ବନ୍ଧୁତ୍ଵରେ ପ୍ରଶ୍ନବାଚୀ ଆଙ୍କିଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ଥାନାର ଦ୍ଵାରସ୍ଥ ହେଲେ ସାଧାରଣକୁ ଧମକ ମିଳୁଛି, ନିରାଶ କରି ଫେରିବାକୁ କୁହାଯାଉଛି, ସମବେତ ସ୍ଵର ଉତ୍ତଳୋନ ହେଲେ ମହାମାରୀ ଆଇନର ନାଲି ଆଖିର ଲୋଲୁପ ଦୃଷ୍ଟିକୁ ଅପବ୍ୟବହାର କରିବାର ଭୟ ପ୍ରଦର୍ଶନ କରାଯାଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ପକ୍ଷାଘାତ କରି ମଦ ବେପାରି, ମାଙ୍କଡା ପଥର, ଗୋ ଚାଲାଣ କାରି ସହିତ ମଧୁ ଚନ୍ଦ୍ରିକା, କଳା ବଜାରୀଙ୍କ ସହିତ କଳା କାରନାମା, ଚୋରଙ୍କ ସହିତ ଚାମଚା ଗିରି ହାଟରେ ପଡି ପଦାରେ ଗଡୁଛି । ଏହି ସବୁ କଥା ଆଜି ସରକାରଙ୍କ ବିଫଳତା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ବେଳୁହିଁ ସାବଧାନ ନ ହେଲେ କିମ୍ବା ଆଇନକୁ ଅବମାନନା ଓ ଅପବ୍ୟବହାର କଲେ ଜନ ସାଧାରଣଙ୍କ ଆଭିଶାପରେ ଅଭିଶପ୍ତ ହେବାକୁ ପଡିବ ।