ବଢିଲା ଭାଟ୍: ଭୁବନେଶ୍ଵରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, ନୂତନ ଦର ଆଜି ମଧ୍ୟ ରାତ୍ରରୁ ଲାଗୁ

Biplabnews Bureau

ଭୁବନେଶ୍ଵର ୧୬।୦୫: କରୋନା ଭୂତାଣୁ ସଂକ୍ରମଣର ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ସେସ୍ ଓ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିଛନ୍ତି। ଫଳରେ ଓଡିଶା ସରକାର ରାଜ୍ୟରେ ତୈଳ ଦର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୬ ପ୍ରତିଶତରୁ ୩୨ ପ୍ରତିଶତ ଭାଟ୍ ବଢାଇଛନ୍ତି। ସେହି ପରି ଡିଜେଲ୍ ଉପରେ ଭାଟ୍ ବଢାଯାଇ ୨୬ ପ୍ରତିଶତରୁ ୨୮ ପ୍ରତିଶତ ବୃ୍ଦ୍ଧି କରାଯାଇଛି। ଏହି ଦର ଆଜି ମଧ୍ୟରାତ୍ରରୁ ଲାଗୁ ହେଉଛି।