ଭୁବନେଶ୍ୱର: ୩୦% ସିଲାବସ କମିଲା। କରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ନିଷ୍ପତ୍ତି। ସଂଶୋଧିତ ସିଲାବସ SCERT, BSE ଓ CHSE ୱେବସାଇଟ ରେ ଉପଲବ୍ଧ ହେବ। ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିଲାବସ ସମ୍ପର୍କରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ତିନି Expert କମିଟି ଗଠନ କରିଥିଲା। ଏହି ତିନି କମିଟିର ରିପୋର୍ଟକୁ ଆଧାର କରି ଶିକ୍ଷା ବର୍ଷର ସିଲାବସ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସିଲାବସ କମାଯାଇଛି।