ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନୟମ; ଏଣିକି କଟକଣା ନ ମାନିଲେ ଡିଏଲ୍ ବାତିଲ୍

କଟକ,୨୧।୦୮: ମଦ ପିଇଥିବା କିମ୍ବା ମୋବାଇଲ୍‌ରେ କଥା ହେଉଥିବା ଅବସ୍ଥାରେ ଗାଡି ଚଲାଇଲେ ଏଣିକି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡି ଚଲାଇଲେ କିମ୍ବା ଅଧିକ ଲୋକଙ୍କୁ ବସାଇ ଗାଡି ଚଳାଉଥିଲେ ବି କଡା ପଦକ୍ଷେପ ନିଆଯିବ । ନିୟମ ଉଲ୍ଲଂଘନକାରୀ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)କୁ ୩ ମାସ ପାଇଁ ବାତିଲ୍‌ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଯେଉଁଠି ପୁଲିସ ଏହିଭଳି ଆଇନ ଉଲ୍ଲଂଘନକାରୀଙ୍କୁ ଧରିବେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୭ଦିନ ମଧ୍ୟରେ ସ୍ଥାନୀୟ ଆର୍‌ଟିଓକୁ ପଠାଇବେ । ଆର୍‌ଟିଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍‌ କରିବେ ।