ପାଟନା,୧୭।୦୮ : କରୋନା ସଂକ୍ରମଣ ରୋକିବା ପାଇଁ ବିହାର ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଏହି କଟକଣା ସେପ୍ଟେମ୍ବର ୬ ଯାଏ ବଳବତ୍ତର ରହିବ ବୋଲି କୁହାଯାଇଛି । ବିହାର ସରକାର ପୂର୍ବରୁ ଅର୍ଥାତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଥିଲେ। ଏହି ଅବଧି ରବିବାର ଶେଷ ହୋଇଥିବା ବେଳେ ଆଜିଠାରୁ ସେପ୍ଟେମ୍ବର ୬ ଯାଏ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ଏହି କଟକଣା ପାଇଁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସ୍କୁଲ କିମ୍ବା ଧର୍ମାନୁଷ୍ଠାନ ଖୋଲିବ ନାହିଁ। ସେଥିପାଇଁ ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି।