ବାଣପୁର, ୧୫/୦୮: ଆଞ୍ଚଳିକ ପ୍ରଶାସନର ତାଗିଦ ପାଣିରେ ଗାର । ବାଣପୁର ପ୍ରଶାସନର କରୋନା ଟେଷ୍ଟ ପାଇଁ ଜନସାଧାରଣ ଓ ବ୍ୟବସାୟୀ ମାନଙ୍କୁ ଧମକ ଦେଇ ତାଗିଦ କରୁଥିବା ବେଳେ ନିଜର ବିଫଳତା କୁ ଚୋର ଚାଣ୍ଡାଳ ଭଳି ଚାପି ରଖୁଛି ତାଗିଦ ଭୟରେ ହେଉ ଅବା ସକ୍ରିୟ ସଚେତନତା ହେଉ , ବାଣପୁର ଗୋଦାବରିଶ ବିଦ୍ୟାପୀଠ ଠାରେ ସ୍ଵାବ କଲେକସନ କେନ୍ଦ୍ରରେ COVID-19 କଟକଣା କୁ ସମ୍ମାନ ଦେଇ ସହ ସହ ଲୋକ ନିଜ ନିଜର ପରୀକ୍ଷା କରାଇ ନେବାକୁ ଜମା ହୋଇଥିବା ବେଳେ ସ୍ଵାବ କଲେକସନ କେନ୍ଦ୍ରର କର୍ମଚାରୀ ମାନେ ଲାଚାର ହେଇ ନିଜ ନିଜର ଦୁର୍ବଳତା ପ୍ରକାଶ କରି ଜିଲ୍ଲା ପ୍ରଶାସନ ସହୋଯୋଗ କରୁନଥିବାର ଆଭିଯୋଗ କରୁଛନ୍ତି । ସେଠାରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପହଞ୍ଚି ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇ ପ୍ରଶ୍ନ ବାଣର ସାମ୍ନା କରି ପାରୁ ନାହାନ୍ତି । ସରକାର COVID-19 ବ୍ୟବସ୍ଥା ଡିଣ୍ଡିମ ପିଟୁଥିବା ବେଳେ ଜନସାଧାରଣ ଏହା ଦ୍ଵାରା ପ୍ରତାରିତ ହେଉଛନ୍ତି । ଗତ କିଛି ଦିନ ଧରି ଲମ୍ବା ଲାଇନରେ ସ୍ଵାବ ଦେବା ପାଇଁ ଲୋକମାନେ ଅପେକ୍ଷା କରି କିଟ୍ ନଥିବା କଥା କହି ଫେରାଇ ଦିଆଯାଉଛି । ଦିନକୁ ସ୍ଵାବ କଲେକସନ ଏକ ଶହରେ ପହଞ୍ଚାଇ ପାରୁନି ଆଞ୍ଚଳିକ ପ୍ରଶାସନ , ଏ ପରି ମହାମାରୀ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନେ ବିରାଡି ଆଖି ବନ୍ଦ କରି କ୍ଷୀର ପିଇବାର ଅଭିନୟ କରୁଛନ୍ତି । ଏ ପ୍ରକାର ଅସୁବିଧାକୁ ଧ୍ୟାନ ଦେଇ ଏହାର ପ୍ରତିକାର ନ କଲେ ଓ ପ୍ରଚୁର ସଂଖ୍ୟାର ସ୍ଵାବ କଲେକସନର ବ୍ୟବସ୍ଥା ନ କଲେ ଜନ ଅସନ୍ତୋଷ ଆନ୍ଦୋଳନର ରୂପ ନେଇପାରେ । ସାଧାରଣରେ ପ୍ରଶ୍ନ ଉଠୁଛି ଯଦି ସ୍ଵାବ କଲେକସନର ବ୍ୟବସ୍ଥା ହୋଇନଥିଲା ତେବେ କାହିଁକି ତରବରିଆ ଭାବେ ସଟଡାଉନ କରାଗଲା ।