ନୂଆଦିଲ୍ଲୀ,୧୪।୦୮:କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ଵାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ବିଟ କରି ନିଜେ ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଗାଇଡଲାଇନ ଅନୁସାରେ ଘରେ ଏକାନ୍ତବାସରେ ରହିବାକୁ ଯାଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ବନ୍ଧୁମାନଙ୍କୁ ନିଜର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି । କଣ୍ଟାଣ୍ଟ ଟ୍ରେସିଂ କରାଯିବ ବୋଲି ସେ ଲେଖିଛନ୍ତି ।