ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କଲେ ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ

ଭୁବନେଶ୍ୱର,୧୦।୦୮: ପୁଣି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ସୁବ୍ରତ ବାଗଚୀ ଓ ପତ୍ନୀ ସୁସ୍ମିତା ବାଗଚୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି ।

କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ ବୋଲି ଜଣାପଡ଼ିଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗଚୀ ଦମ୍ପତିଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଇଁ ଅଢ଼େଇ କୋଟି ଟଙ୍କା ଦେଇଥିଲେ ବାଗଚୀ ଦମ୍ପତି ।