ଖୋର୍ଦ୍ଧା ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଳ୍ୟରେ ରକ୍ତଦାନ ଶିବିର : ୩୨ ୟୁନିଟ ରକ୍ତ ସଂଗ୍ରହ

ଖୋର୍ଦ୍ଧା,୦୯।୦୮ : ଓଡ଼ିଶା ମୋ ପରିବାର-“ଜୀବନ ବିନ୍ଦୁ”ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶ୍ରୀ ଦିଲ୍ଲୀପ ହୋତାଙ୍କ ସଂଯୋଜୋନାରେ ବି.ଡ଼ି.ଏ କଲ୍ୟାଣ ମଣ୍ଡପ ଖୋର୍ଦ୍ଧା ଠାରେ ୯ ଅଗଷ୍ଟ ୨୦୨୦ ରୁ ୧୫ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ରକ୍ତଦାନ ଶିବିର,ଓଡ଼ିଶା-ମୋ ପରିବାରର ଅଧ୍ୟକ୍ଷ ଶ୍ରୀ ଅରୁପ ମୋହନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦଳାଇ,ପୂର୍ବତନ ବରିଷ୍ଠ କାଉନସିଲର ବିଭୁ ପ୍ରସାଦ ସାହୁ,ଯୁବନେତା ତଥା ସମାଜସେବୀ ରୁଦ୍ରନାଥ ଦତ୍ତ,ଖୋର୍ଦ୍ଧା ବିଜେଡ଼ି ନଗର ସଭାପତି ମହମ୍ମଦ ଆରିଫ,ଟାଙ୍ଗି ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁକାନ୍ତ କୁମାର ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ । ସପ୍ତାହେ ବ୍ୟାପି ଚାଲିବାକୁ ଥିବା ଏହି ଶିବିରର ପ୍ରଥମ ଦିନରେ ମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ନସିମ ଖାନ ଏବଂ ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନ,ପ୍ରିୟବ୍ରତ ସାମନ୍ତରାୟ,ଶେଖ ଅଜିଜ ଅଲ୍ଲୀ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ ।