ଅହମଦାବାଦ, ୬।୮: ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚିକିତ୍ସିତ ହେଉଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି। ସ୍ଥାନୀୟ ନବରଙ୍ଗପୁରା ଶ୍ରେୟ ହସ୍ପିଟାଲରେ ଅଭଳି ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡ ଘଟିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪୦ ଜଣ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଭଳି ଅଗ୍ନିକାଣ୍ଡ ଲାଗିଲା ତାହାର ତଦନ୍ତ ଜାରି ରହିଛି। ତେବେ ବିଦ୍ୟୁତ୍ ଶର୍ଟ ସର୍କିଟ୍ ଯୋଗୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ତେବେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋକ ବ୍ୟକ୍ତ କରିଛନ୍ତି। ମୋଦି ଟ୍ଵିଟ କରି ଲେଖିଛନ୍ତି ଯେ, ଅହମଦାବାଦର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ଶୁଣି ମୁଁ ଦୁଃଖିତ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତଙ୍କୁ ଆସୁ ଆରୋଗ୍ୟ କାମନା କରୁଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ମେୟର ବିଜଲ ପଟେଲଙ୍କ ସହ ସ୍ଥିତି ବିଷୟରେ ଆଲୋଚନା କରିଛି। ଏହି ଅଗ୍ନିକାଣ୍ଡରେ ପ୍ରଭାବିତଙ୍କୁ ପ୍ରଶାସନ ଯଥା ସମ୍ଭବ ସହାୟତା ଯୋଗାଇ ଦେବ।