କୋଭିଡ୍‍ ଯୋଦ୍ଧାଙ୍କ ସମ୍ମାନରେ ନିରବ ପ୍ରାର୍ଥନା ଏବଂ ଶପଥ ପାଠ ବାଣପୁରରେ ଯୋଗଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବ୍ଲକ ଅଧ୍ୟକ୍ଷା ଓ ବିଡିଓ ଶୁଭଶ୍ରୀ ତ୍ରିପାଠୀ

ବାଣପୁର,୫।୮ :ସାରା ଦେଶ କୋଭିଡ୍‍ ବିରୁଦ୍ଧରେ ଲଢେଇ ଜାରି ରଖିଛି। ଏଥିରେ ଓଡିଶା ମଧ୍ୟ ପଛରେ ନାହିଁ। ଓଡିଶାର ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ, ସରକାରୀ ପ୍ରଶାସନିକ ଅଧିକାରୀ, କର୍ମଚାରୀ, ସମାଜସେବୀ ଓ ରାଜ ନେତାମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଦିବା ରାତ୍ର ସେବା ଯୋଗୁଁ ଓଡିଶାରେ କୋଭିଡ୍‍ ମୃତ୍ୟୁ ସଂଖ୍ୟା ଏକ ପ୍ରକାର ନିରନ୍ତ୍ରଣରେ ଅଛି। ସାରା ଦେଶକୁ ଦେଖିଲେ ଓଡିଶାର ମୃତ୍ୟୁହାର ବହୁତ କମ୍‍। ଏହି କ୍ରମରେ ଆଜି କୋଭିଡ୍‍ ଯୋଦ୍ଧାମାନଙ୍କ ସମ୍ମାନ ତଥା ଏହି ଯୁଦ୍ଧରେ ବଳିଦାନ ଦେଇଥିବା କିଛି କୋଭିଡ୍‍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବାଣପୁର ବ୍ଲକରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା ତଥା ଏକ ଶପଥ ପାଠ କରାଯାଇଥିଲା।

ଏଥିରେ ଚିଲିକା ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠୀ,ବାଣପୁର ବିଡିଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଓ ବାଣପୁର ବ୍ଲକ ର ସମସ୍ତ କର୍ମଚାରୀ ଯୋଗଦେଇ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ଏକ ଶପଥ ପତ୍ର ପାଠ କରିଥିଲେ। ସେମାନେ ଶପଥ କରିଥିଲେ ଯେ କୋଭିଡ୍‍ ଲଢେଇ ଆମ ସମସ୍ତଙ୍କର ଲଢେଇ, ମୁଁ ଶପଥ କରୁଛି ଯେ କୋଭିଡ୍‍ ଯୋଦ୍ଧାମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମ୍ମାନ ଦେବି। ଏହି ପ୍ରତିଟି ଲୋକଙ୍କ ଲଢେଇରେ ମୁଁ ବି ସାମିଲ, କୋଭିଡ୍‍ ଯୋଦ୍ଧାଙ୍କ ତ୍ୟାଗ ଓ ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଏବଂ ସେମାନଙ୍କ ବଳିଦାନକୁ ବ୍ୟର୍ଥ ଦେବିନାହିଁ, କୋଭିଡ୍‍ ନିୟମାବଳିକୁ ନିଜେ ପାଳନ କରିବି ଓ ଅନ୍ୟମାନଙ୍କୁ ସଚେତନ କରିବି, ଏହି ଲଢେଇକୁ ଆହୁରି ମଜବୁତ କରିବି, ମୁଁ ନିଜେ ଜିତିବି, ଓଡିଶା ଜିତିବ ଏବଂ ମାନବସମାଜ ଜିତିବ। ନିରବ ପ୍ରାର୍ଥନା ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିବା