ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୧୩୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୩ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୨୯୭ରେ ପହଞ୍ଚିଛି ।
ଗଞ୍ଜାମ ଜିଲ୍ଲାରୁ ୩୩୧ ଜଣ, ଖୋର୍ଦ୍ଧା ୨୧୧ ଜଣ, କୋରାପୁଟରୁ ୯୭ ଜଣ, ସମ୍ବଲପରୁର ୯୩ ଜଣ, କଟକରୁ ୮୯ ଜଣ, ବାଲେଶ୍ବରରୁ ୭୯ ଜଣ, ଗଜପତିରୁ ୬୧ ଜଣ, ବଲାଙ୍ଗୀରରୁ ୫୧ ଜଣ, ସୁନ୍ଦରଗଡ଼ରୁ ୪୬ ଜଣ, ମାଲକାନଗିରିରୁ ୩୯ ଜଣ, ରାୟଗଡ଼ାରୁ ୩୮ ଜଣ, ବରଗଡ଼ରୁ ୩୩ ଜଣ, ମୟୂଭଞ୍ଜରରୁ ୨୯ ଜଣ, ନବରଙ୍ଗପୁରରୁ ୨୬ ଜଣ, ଭଦ୍ରକରୁ ୨୫ ଜଣ, ଜଗତସିଂହପୁରରୁ ୨୨ଜଣ, ନୟାଗଡ଼ରୁ ୨୨ ଜଣ, ଯାଜପୁରରୁ ୧୮ ଜଣ, ପୁରୀରୁ ୧୭ ଜଣ, ଅନୁଗୁଳରୁ ୧୩ ଜଣ, ଢ଼େଙ୍କାନାଳ ଓ କେନ୍ଦ୍ରାପଡ଼ାର ୧୧ ଜଣ ଲେଖାଏଁ, ସୋନପୁରରୁ ୬ ଜଣ, ନୂଆପଡ଼ାରୁ ୫ ଜଣ, କଳାହାଣ୍ଡିରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬,୨୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪,୦୯୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।