ହଟିବ କରୋନା ଭୟ

କବି-ରାମନାରାୟଣ ଗିରି
ମୋ-୯୪୩୮୨୮୭୬୧୩
ସମ୍ପାଦକ
‘ଅରୁଣିମା’ ସାହିତ୍ୟ ସଂସଦ
ମାଣିଦ,ମୟୂରଭଞ୍ଜ

ମାଳିକା ବଚନ କହିଯାଇଅଛି
ଆସିବ ଅଜଣା ବ୍ୟାଧି
ସାରା ସଂସାରଟା ହୋଇବ ଉଚ୍ଛନ୍ନ
ଆତଙ୍କରେ ଯିବ ଛନ୍ଦି।
ଆଜିସେ କଥନୀ ହୋଇଲାକି ସତ
ପଡିଛି କକୁଆ ଭୟ
କରୋନା ନାମରେ କି ଭୁତାଣୁ କହ
ବିଶ୍ୱକୁ କରେ ଅଥୟ।
ନାହିଁ ତା’ ନିଦାନ ବିଚିତ୍ର ଏ ବ୍ୟାଧି
କାହାକୁ ନଯାଏ ଛାଡି
ରାଜା ପ୍ରଜା ବୋଲି ନ ବାଛି କାହାକୁ
ଦେଉଛି ସେ ମୁଣ୍ଡ ମୋଡି।
ଘୋର କଳି କାଳ ହେଲାକି ପ୍ରବଳ
ମ୍ଳେଚ୍ଛ ହେବାକୁ ନିଧନ
ଅଦୃଶ୍ୟରେ କଳ୍କୀ କଲାକି ପ୍ରେରିତ
କରୋନା ରୂପି କୃପାଣ।
ଗୋଟିଏ କଥାକୁ ଡର ସେ ବ୍ୟାଧିର
କହୁଛନ୍ତି ବିଜ୍ଞ ଜନ
ପରିଚ୍ଛନ୍ନତା ହିଁ ସେହି ବ୍ୟାଧି ପାଇଁ
ଏକଇ ମାତ୍ର ନିଦାନ।
ବେଳହୁଁ ଗୋବିନ୍ଦ ସୁମରିଲେ ନିଶ୍ଚେ
ଆତଙ୍କ ଯିବ ଦୁରେଇ
ସେଚେତନ ହୋଇ ରହିଲେ ସଭିଏଁ
ବିପଦ ଆସିବ ନାହିଁ।
ଆଲିଙ୍ଗନ କେବେ ନକର କାହାକୁ
ନକର କର ମର୍ଦନ
ନମସ୍ତେ ଅଟଇ ସନାତନୀ ମାନ୍ୟ
ରହିଛି ଶାସ୍ତ୍ରେ ପ୍ରମାଣ।
ପରିସ୍କାର ଆଉ ପରିଚ୍ଛନ୍ନ ହୋଇ
ରହିଲେ ଅନ୍ୟଠୁ ଦୂରେ
କରୋନା କିଛିବି ପାରିବନି କରି
ଦୁର୍ବଳ ହେବ ଅଚିରେ।
ମ୍ଳେଚ୍ଛ ରାଇଜରୁ ଆସିଅଛି ଯିଏ
ନ ଛୁଇଁବା ତାକୁ କେହି
ଅଛୁଆଁ ହୋଇସେ ରହିଗଲେ ସିନା
ହତାସେ ହିଁ ଯିବ ଦୁରେଇ।
ଅଗ୍ନି କଣିକାଟେ ହେଲେ ଉପେକ୍ଷିତ
ପୋଡ଼ି ପକାଇବ ପଡ଼ା
ଆଖି ଥାଇ ଆମେ ବୋଲାଇଲେ ଅନ୍ଧ
ନିଜେ ହିଁ ଭୋଗିବା ପୀଡା।
ବିପଦକୁ ଡରି ରହିଗଲେ ଆମେ
ପାରିବାନି କିଛି କରି
ବିପତ୍ତିକୁ ଆମେ ମୁକାବିଲା କରି
ରହିବାରେ ଦମ୍ଭ ଧରି।