ଭଞ୍ଜନଗର,୨୬/୦୭- ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ କରୋନା ସଂକ୍ରମିତ ପରେ ହୋମ୍ କ୍ୱାରେଣ୍ଟାଇନ୍ରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବାପରେ ଶନିବାର ଠାରୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ରବିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଲକ୍ଷ ଲକ୍ଷ ପ୍ରବାସୀ ଓଡିଆ ଭଞ୍ଜନଗର ଉପଖଣ୍ଡର ଦୁର୍ଗାପ୍ରସାଦ, ତାରସିଂ, କରସିଂ ରାସ୍ତା ଦେଇ ଜିଲାରେ ପ୍ରବେଶ କରିଥିଲେ। ଉପଜିଲାପାଳ ମିଞ୍ଜ ଏହାକୁ ସୂଚାରୁ ରୂପେ ତୁଲାଇବା ସହ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଖାଦ୍ୟର ମାନଯାଞ୍ଚ, ଲକ୍ଡାଉନ୍ ଶଟ୍ଡାଉନ୍ ବେଳେ ଗାଡିମୋଟର ଯାଞ୍ଚ କଡାକଡି କରିବାରେ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।