ଅଗଷ୍ଟରୁ ଅନଲକ୍-୩: ବ୍ୟବସାୟିକ ସଂସ୍ଥାକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ : ଜୁଲାଇ ୩୧ରେ ଅନଲକ୍-୨ଶେଷ ହେବ। କିନ୍ତୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ବଢ଼ୁଥିବାରୁ କେନ୍ଦ୍ର ସରକାର ସମସ୍ତ କଟକଣା କୋହଳ ନକରି ତୃତୀୟ ପର୍ଯ୍ୟାୟ ଅନଲକ କରିବେ। ଆସନ୍ତା ଅଗଷ୍ଟରୁ ଆରମ୍ଭ ହେବ ଅନଲକ୍-୩। ଏଥିପାଇଁ ଏସଓପି ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ବ୍ୟବସାୟିକ ସଂସ୍ଥାକୁ ଖୋଲିବାକୁ ଅନୁମତି ଦିଆଯାଇପାରେ।

ସେହିପରି କରୋନା ପାଇଁ ଦୀର୍ଘ ୪ ମାସ ହେବ ସିନେମା ହଲ୍ ଓ ଜିମ୍ ଆଦି ବନ୍ଦ ରହିଛି। ଏସବୁ ଖୋଲିବାକୁ ସରକାର ବିଚାର କରୁଛନ୍ତି। ହେଲେ ସାମିଜକ ଦୂରତା କଟକଣା ଲାଗୁ ରହିବ ବୋଲି ଜଣାପଡ଼ିଛି। ନିକଟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସିନେମା ହଲ୍ ଖୋଲିବା ପାଇଁ ଗୃହ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଥିଲା। ତେଣୁ ଆଶାକରାଯାଉଛି ସିନେମା ହଲ୍ ଖୋଲିବା ଉପରେ ସରକାର ବିଚାର କରି ପାରନ୍ତି। କାରଣ ହଲ୍ ମାଲିକମାନେ ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ରାଜି ହୋଇଛନ୍ତି। ଯଦି ସରକାର ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ତେବେ ସିନେମା ହଲ ଓ ଜିମ୍ ପାଇଁ ନିୟମ ପ୍ରାୟତଃ ସମାନ ରହିବ ବୋଲି ଅନୁମାନ କରାଯାଉଛି। କିନ୍ତୁ ସପିଂ ମଲ୍ ଖୋଲିବାକୁ ସ୍ଥାନୀୟ ପ୍ରଶାସନର ଅନୁମତି ଆବଶ୍ୟକ ପଡିବ। ଆହୁରି ଜଣାପଡିଛି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଅର୍ଥନୈତିକ ସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଉପରେ ସରକାର କଟକଣା ଲଗାଇବେ ନାହିଁ ବୋଲି ଜଣାପଡ଼ିଛି।