ଭୁବନେଶ୍ୱର:୨୦।୦୭:ଲକ୍ ଡାଉନ୍ ରେ ମଦର ଅନଲାଇନ୍ ବିକ୍ରିକୁ ନେଇ ସରକାରଙ୍କୁ ଭର୍ତ୍ସନା କଲେ ଜଟଣୀ ବିଧାୟକ ସୁର ରାଉତରାୟ। କହିଲେ କାହିଁକି ସରକାର ଏ ଫାର୍ସ କରୁଛନ୍ତି ମୁଁ ବୁଝିପାରୁନି। ଏହାଦ୍ବାରା ଯୁବ ବର୍ଗ ପଥ ଭ୍ରଷ୍ଟ ହେଉଛି। ମଦ ମୃତ୍ୟୁ ସହ ଘରୋଇ ହିଂସା ବି ବଢିବାର ସମ୍ଭାବନା ରହିଛି। ଅନ୍ ଲାଇନ୍ ରେ ମଦ ବିକ୍ରୀ ବନ୍ଦ କରିବାକୁ ଦାବି କଲେ। ବିହାରର ନୀତିଶ ସରକାରଙ୍କ କଥା କହି ଉଦାହରଣ ବି ଦେଇଛନ୍ତି। ଏହାସହ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କ ଦରମା ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସୁର।