କଣ ରହିଛି ଏହି ରୋଗର ଲକ୍ଷଣ
- ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ରୋଗ ହେଲେ ଅନେକ ଦିନ ଧରି ପିଲାମାନଙ୍କୁ ଜ୍ଵର ହୋଇଥାଏ
- ପେଟରେ ଯନ୍ତ୍ରଣା ହୁଏ ଏବଂ ବାନ୍ତି ହୁଏ
- ଶରୀର ଏବଂ ମୁଣ୍ଡ ବିନ୍ଧା ହୁଏ
- ତରଳ ଝାଡା ହୋଇଥାଏ
- ନିମ୍ନ ରକ୍ତଚାପ ଏବଂ ଭୀଷଣ ଜ୍ଵର ହୋଇଥାଏ
ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର ଜେନ ନେଉବର୍ଗ କହିଛନ୍ତି ଯେ ବର୍ତ୍ତମାନ ଏହି ରୋଗରେ ପୀଡିତଙ୍କ ସଂଖ୍ୟା କମ୍ ରହିଛି କିନ୍ତୁ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଡାକ୍ତର ଏବଂ ବୈଜ୍ଞାନିକମାନେ ବର୍ତ୍ତମାନ ଏହି ରୋଗ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । କଣ ପାଇଁ ଏହି ରୋଗ କେବଳ ଶିଶୁ ମାନଙ୍କୁ ହେଉଛି ତାହା ଜାଣିବାକୁ ପ୍ରୟାସ ଜାରି ରହିଛି । ବ୍ରିଟେନର ଶିଶୁ ହସ୍ପିଟାଲର ଡାକ୍ତର ସଚିନ ଓଲିରି କହିଛନ୍ତି ଯେ ଯଦି ଶିଶୁ ଅସୁସ୍ଥ ଦେଖାଯାଏ ତେବେ ଡାକ୍ତରଙ୍କୁ ଦେଖାନ୍ତୁ । ନିମ୍ନ ରକ୍ତଚାପ ଏବଂ ଉଚ୍ଚ ଜ୍ଵର ସହିତ କେତେକ ରୋଗୀଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଉଥିବା ଦେଖାଯାଉଛି । ଗୁରୁତର ହେଉଥିବା ଶିଶୁଙ୍କୁ ଇମ୍ୟୁନୋଗ୍ଲୋବିନ୍ ଦିଆଯାଉଛି ଯାହା ପ୍ରତିରକ୍ଷା ପ୍ରଣାଳୀରେ ଥିବା ଉତ୍ତେଜନାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେମାନଙ୍କୁ ଷ୍ଟେରଏଡ ଏବଂ ସାଇଟୋକାଇନ୍ ବ୍ଲକର ମଧ୍ୟ ଦିଆଯାଉଥିବା କହିଛନ୍ତି ଡାକ୍ତର ସଚିନ ଓଲିରି ।
Biplab News Bureau,