ବନ୍ଦ ହେଲା ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟ

ବ୍ରହ୍ମପୁର,୧୬।୦୭ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ପାଇଁ ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟକୁ ବନ୍ଦ କରାଯାଇଛି । ଆସନ୍ତା 14 ଦିନ ଯାଏଁ ବ୍ରହ୍ମପୁର ବିଏମସି କାର୍ଯ୍ୟାଳୟକୁ ବନ୍ଦ କରିଛି ପ୍ରଶାସନ । ବିଏମସିର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ପଜିଟିଭ ବାହାରିଥିବା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ କ୍ୱାରେଣ୍ଟାଇନରେ ରହିଛନ୍ତି । ତେବେ କୌଣସି ଜରୁରୀକାଳୀନ କାମ ଥିଲେ ବିଏମସିର ଏମରଜେନ୍ସି ନମ୍ବର 0680-2252960 ନମ୍ବରରେ ଯୋଗାଯୋଗ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି ।