ବାଣପୁର ୧୫/୦୭ : ଆଜି ଅପରାହ୍ନ ବେଳେ ବାଣପୁରର ଏକ ବ୍ରେନ ଟ୍ୟୁମର ରୋଗୀର ମୁଣ୍ଡକୁ ବରଗଛ ମାଡ ଆତଙ୍କ ସୃଷ୍ଟି କରିଛି । ଅଚ୍ୟୁତରାଜପୁର ଗ୍ରାମର ବସନ୍ତ ଜେନାଙ୍କ ପୁଅ ଶଙ୍କର ଜେନା ଅତ୍ୟନ୍ତ ଗରୀବ ଶ୍ରେଣୀର ଥାଇ ଅତ୍ୟାବଶ୍ୟକ କାମରେ ନିଜର ସହଯୋଗୀଙ୍କ ସହିତ ବାଣପୁର ତହସିଲ ଅଫିସ ନିକଟ ପଲଟଣ ପଡିଆ ଛକଠାରେ ଥିବା ବରଗଛରୁ ଦୈବାତ ଡାଳ ଛିଣ୍ଡି ଯାଇ ତାଙ୍କର ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ହୋଇଥିବା ସ୍ଥାନରେ ପଡି ବୋଝ ଉପରେ ଲଲିତା ବିଡାର ଦୁଃଖ ଦେଇଛି । ଲକ୍ଷାଧିକ ଟଙ୍କା ଖର୍ଚ କରି ସର୍ବସ୍ଵାନ୍ତ ହୋଇଥିବା ଶଙ୍କର ଆଜି ଗୁରୁତର ଆଘାତ ପାଇ ଜୀବନ ମରଣ ସହ ସଂଘର୍ଷ କରି ବାଣପୁର ସରକାରୀ ଡାକ୍ତର ଖାନାରେ ପହଞ୍ଚିବାରେ ଡାକ୍ତର ଗୁରୁତର ଆଘାତ ଚିକିସ୍ଥା ବିଚାର କରି ଭୁବନେଶ୍ଵର AIIMS କୁ ରେଫର କରିଛନ୍ତି । ଏହି ଦୁର୍ଘଟଣା ପାଇଁ ସ୍ଥାନୀୟ ପ୍ରସାଶନ ସମ୍ପୂର୍ଣ ରୂପେ ଦାୟୀ ବୋଲି ସାଧାରଣଙ୍କ ମତ୍ତ । ବର୍ତ୍ତମାନ ପରିସ୍ଥିତିରେ ଆଞ୍ଚଳିକ ପ୍ରଶାସନ ଓ ସରକାରଙ୍କ ଆର୍ଥିକ ସହାୟତାର ଅତ୍ୟନ୍ତ ଜରୁରୀ ଅଟେ । ଏଠାରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟ ଯାହା The Municipal Corporation Of Delhi ବନାମ Smt Sushila Devi ର କଥା କୁହାଗଲେ ଆଞ୍ଚଳିକ ପ୍ରସାଶନ ଓ Muncipal Authority ଆହତ ଶଙ୍କର ଜେନାଙ୍କୁ ସମ୍ପୂର୍ଣ କ୍ଷତିପୂରଣ ଦେବା ପାଇଁ ବାଧ୍ୟ ରହିବେ । ଆହତଙ୍କ ଆର୍ଥିକ ଅବସ୍ଥାକୁ ବିଚାର କରି ସମ୍ପୂର୍ଣ ମାଗଣା ଚିକିସ୍ଥା ବ୍ୟବସ୍ଥା କରାଯିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି ।