ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୫ ସୁଦ୍ଧା ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇବ । ମାତ୍ର ମେରିଟ ଲିଷ୍ଟ ପ୍ରକାଶ ପାଇବ ନାହିଁ । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସିବିଏସଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା କରୋନା ମହାମାରୀ ହେତୁ ମୂଲ୍ୟାଙ୍କନ ପଦ୍ଧତି ଆଧାରରେ ଫଳାପଳ ଘୋଷଣା କରାଯିବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଏକ ବିବୃତ୍ତିରେ କହିଛି କି ୧୦ ମ ଏବଂ ଦ୍ୱାଦଶ ରେଜଲ୍ଟକୁ ନେଇ ଏକ ଘୋଷଣା ପ୍ରଚାର ହୋଇଥିଲା ।
ମାତ୍ର ଫଳାଫଳ ନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନଥିଲା । ସିବଏସଇ ଆହୁରି ମଧ୍ୟ କହିଛି ଦ୍ୱାଦଶ ଶେଣୀରେ ବହୂତ କମ୍ ଛାତ୍ରଛାତ୍ରୀ ରହିଛନ୍ତି ଯେଉଁମାନେ କେବଳ ଗୋଟିଏ ଦୁଇଟି ପରୀକ୍ଷାରେ ଭାଗ ନେଇଛନ୍ତି । ତେବେ ସେହି କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ଦକ୍ଷତା ଓ ପ୍ରକଳ୍ପକୁ ମୂଲ୍ୟାୟନକୁ ନେଇ ସେମାନଙ୍କର ଫଳାଫଳ ଘୋଷଣା କରାଯିବ । ସେହିଭଳି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଡ୍ରାଫ୍ଟ ବିଜ୍ଞପ୍ତିରେ କୁହାଯାଇଛି ଅନ୍ୟ ଛାତ୍ରଛାତ୍ରୀଙ୍କ ସହିତ ଏହି ଛାତ୍ର ମାନଙ୍କର ମଧ୍ୟ ଫଳାଫଳ ଘୋଷଣା କରାଯିବ ।