ବାଣପୁର ପାନୀୟ ଜଳ ଯୋଗାଣ JE ବେହେରା ଙ୍କ ଡହରା ନୀତି !

ବାଣପୁର,୧୦/୦୭ : ପାନୀୟ ଜଳ ସବୁ ଭାରତୀୟଙ୍କ ଅଧିକାର । ଯେଉଁଠି ବାସ କଲେବି ପାନୀୟ ଜଳ ପାଇବାର ହକ ମିଳିବ । ଦୀର୍ଘ ବର୍ଷ ଧରି ବାଣପୁର NAC ବାସିନ୍ଦା ଚାତକ ପରି ଚାହିଁ ରହିଛନ୍ତି ସ୍ବଚ୍ଛ ପିଇବା ପାଣି ଟିକେ ପାଇବା ପାଇଁ । ଆଜିସୁଦ୍ଧା ବାଣପୁର NAC ର ସବୁ ସ୍ଥାନରେ ପହଞ୍ଚିପାରିନି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ବିଭିନ୍ନ ଗଳିକନ୍ଦିରେ ଲୋକେ ଚାହିଁ ରହିଛନ୍ତି ପିଇବା ପାଣି ଟିକେ ପାଇଁ । ଏ ସବୁ ଅସୁବିଧାର ସମାଧାନ ପାଇଁ NAC ନିର୍ବାହି ଅଧିକାରୀଙ୍କୁ ଗୁହାରି କାଲେ ନିଜ ଉପରୁ ଦାୟିତ୍ଵ ବାହାର କରି J.E Water Supply ଙ୍କ ଉପରେ ଭାର ବୋଲି କୁହନ୍ତି । ବାଣପୁର NAC ଦାୟିତ୍ଵ ରେ ଥିବା J.E Water Supply JE ବେହେରା ମହୋଦୟ ଙ୍କୁ ଏ ସମନ୍ଧରେ ଅନୁରୋଧରେ ଉତ୍ତର ଦିଅନ୍ତି ତୁମମାନଙ୍କ ସାହିକୁ ପାଇପ ପକେଇବା ପାଇଁ ପ୍ଳାନ ନାହିଁ , ପାଇପ ପକେଇବାକୁ ଚାହିଁଲେ ନିଜେ ଜନସାଧାରଣ ଖର୍ଚ୍ଚ ବହନକରିବାକୁ ପଡିବ । ତାହାପୁଣି JE ଙ୍କ Estimate ରେ ହେବ ବୋଲି କୁହନ୍ତି । ଏ କଥା ଶୁଣିଲେ ଜନସାଧାରଣ ମୁଣ୍ଡରେ ହାତ ଦେଉଛନ୍ତି , ପୁଣି JE ସାନ୍ତ୍ଵନା ଦେଇ କୁହନ୍ତି କିଛି ଅଫିସ ଖର୍ଚ୍ଚ ଦେଲେ ସବୁ ଠିକ ହୋଇଯିବ । JE ମହୋଦୟ ଓ କଣ୍ଟ୍ରାକ୍ଟରଙ୍କ ମଧୁ ପୀରତି ଆଜି ଦାଣ୍ଡରେ ପଡି ହାଟରେ ରେ ଗଡୁଛି । ରାତି ଅଧିଆ ଅତି ନିମ୍ନ ମାନର ଢଳେଇ କାମ ରେ କଳା ବଜାରୀ ହୁ ହୁ ହୋଇ ଜଳୁ ଅଛି, ଏହାକୁ ପ୍ରତିବାଦ କଲେ ବିଭିନ୍ନ ଚାପ ପ୍ରୟୋଗ କରି କଣ୍ଠରୋଧ କରାଯାଉଛି । ବିଭିନ୍ନ ଜାଗାରେ କାମ ବିପଦ ସଙ୍କୁଳ ପରିସ୍ଥିତି ରେ ରହି ସର୍ବ ସାଧାରଣଙ୍କ ଜୀବନ ପ୍ରତି ଅତ୍ୟନ୍ତ ଭୟ ଓ ସଙ୍କଟ ସୃଷ୍ଟି କରୁଛି ଯେମିତି କି ଶିଶୁ ଉଦ୍ୟାନ ସାମନା, ଥାନା ସାମନା, ମା ଭଗବତୀଙ୍କ ମନ୍ଦିର ନିକଟ ଓ ଡାକ୍ତରଖାନା ଛକ ପରି ଅନେକ ସ୍ଥାନରେ । ଏହି ପାଣି ପାଇପ କାମ ପାଇଁ ବିଭିନ୍ନ ଜାଗାରେ ମଇଳା ପାଣି ଜମି ସଂକ୍ରମଣର ପରିବେଶ ତିଆରି ହୋଇଛି । ଏ ସବୁ ସମସ୍ୟାର ଆସୁ ସମାଧାନ ନ ହେଲେ ପରବର୍ତ୍ତୀ ସମୟରେ ଏହା ଜନ ଆନ୍ଦୋଳନ ର ଦାନା ବାନ୍ଧି ପାରେ । ଏହି ସମ୍ବନ୍ଧରେ ବାବୁ ମାନଙ୍କ ସହିତ PHONE ରେ କଥା ହେଲେ ବାବୁ ଧମକ ଚମକ ଦେଖାଇ ନେତା ମନ୍ତ୍ରୀଙ୍କ ଆଶୀର୍ବାଦ ଓ ଚୌକିର ଅପବ୍ୟବହାର କଥା ସବୁ ଭାଇରାଲ ହୋଇଥିବା ବେଳେ ସାଧାରଣ କହୁଛନ୍ତି ବେହେରାଙ୍କ ନୀତି ଭାରି ଡହରା ।

ଆଗକୁ ଏ ବିଭାଗ ର ଅନେକ ଦୁର୍ନୀତି ର ଖୁଲାସା ହେବାକୁ ଯାଉଛି ।