ଭୁବନେଶ୍ୱର:୦୯।୭:ସିବିଏସଇ ୩୦ ପ୍ରତିଶତ ପାଠ୍ୟକ୍ରମ କମାଇଛି। ଆମେ ବି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଚାର କରିବୁ। ଅଗଷ୍ଟ ୩୧ ଯାଏ ସ୍କୁଲ ଖୋଲୁନି। ଅଗଷ୍ଟର ସ୍ଥିତିକୁ ଦେଖି ବିଚାର କରାଯିବ କି ୩୦ ପ୍ରତିଶତ ବା ୫୦ ପ୍ରତିଶତ ପାଠ୍ୟକ୍ରମ କମ କରାଯିବ। କାରଣ ଦେଖାଯିବ କେତେ ସମୟ ପାଠ ପଢ଼ା ଯିବ କି ସ୍କୁଲ ଖୋଲିବ ନାହିଁ। ସ୍ପଷ୍ଟ ରୂପରେଖ ଆସିଲେ ଯାହା ଜଣାପଡ଼ିବ। ଅଗଷ୍ଟର କରୋନା ସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ। ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେବେ। ଖାଲି ୩୦% ନୁହେଁ ଅଧିକା ବି ହୋଇପାରେ। ଯେହେତୁ ସ୍କୁଲ୍ ଖୋଲିନି ତେଣୁ ଏ ବାବଦରେ ଏବେଠୁ କହିବା ଠିକ୍ ହେବନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେପଟେ ଶିକ୍ଷାବିତ ଙ୍କ ମତରେ ସିବିଏସଇ ଭଳି ରାଜ୍ୟ ସରକାର ବି କୋର୍ସ୍ କୁ କମାନ୍ତୁ। ଏହାଦ୍ବାରା ଛାତ୍ର ଛାତ୍ରୀ ଉପକୃତ ହେବେ। ରାଜ୍ୟ ସ୍କୁଲ୍ ଶିକ୍ଷକ ସଂଘ, ଓଷ୍ଟା ମଧ୍ୟ ଏହା ସପକ୍ଷରେ ମତ ରଖିଛି।