ଭୁବନେଶ୍ୱର,୦୬|୦୭: ୨୪ ଘଣ୍ଟା ମଧ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୮ ଜଣଙ୍କ ଜୀବନ ଗଲାଣି । ମୃତଙ୍କ ମଧ୍ୟରୁ ଯାଜପୁର ଓ ଗଞ୍ଜାମ ଜିଲ୍ଲାର ବୋଲି ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି।
ଗଞ୍ଜାମ ମୃତକ ହେଉଛନ୍ତି ୭୭ ବର୍ଷର ଜଣେ ବ୍ୟକ୍ତି । ସେ ହାଇପରଟେନସନରେ ପୀଡିତ ଥିଲେ । ସେହିପରି ଯାଜପୁରର ୬୪ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି । ସେ ମଧୁମେହରେ ପୀଡିତ ଥିଲେ ।