କଳାହାଣ୍ଡି, ୧୯|୩:ମରାମପୁର ଥାନା ଅନ୍ତର୍ଗତ ଡଂଗାପଟା ଗ୍ରାମର ଜୈନିକା ଯୁବତୀ ନିର୍ମଳା ଦିପ ଗତ ପନ୍ଦର ଦିନ ତଳେ ତାଙ୍କ ଉପରେ ହୋଇଥିବା ଶାରୀରିକ ଶୋଷଣ ଓ ଅତ୍ୟାଚାର ର ଅଭିଯୋଗ କରିବା ପାଇଁ ମ. ରାମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ପନ୍ଦର ଦିନ ବିତି ବିତି ଯାଇଥିଲେ ସୁଦ୍ଧା ମ ରାମପୁର ପୋଲିସ ର ନୀରବତା ଓ ଆସାମୀ ଉପରେ ଥାନା ବାବୁଙ୍କ ଅହେତୁକ ଅନୁକମ୍ପା ସର୍ବ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।ପ୍ରକାଶ ଥାଉକି ଡ଼ଙ୍ଗାପଟା ଗ୍ରାମର ଜଣେ 30 ବର୍ଷୀୟ ମହିଳା ନିର୍ମଳା ଦୀପ 2017 ମସିହାରୁ ସ୍ୱାମୀ ଠାରୁ ଛାଡପତ୍ର ଆଣି ବାପ ଘରେ ରହିଆସୁଥିଲେ । 2021 ମସିହାରେ ଦୋଳ ପୁର୍ଣିମା ଦିନ ଦଂଗାପଟା ଗ୍ରାମର ରୋହିତ ନାଗ ଜୈନିକା ମହିଳାଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ତା ଘରକୁ ଆସି ତାଙ୍କୁ ପ୍ରେମ ନିବେଦନ କରି ଥିଲେ । ମହିଳା ଜଣଙ୍କ ତାଙ୍କୁ ଏଥିରୁ ନିବୃତ ରହିବାକୁ କହିବାରେ ମଧ୍ୟ , ରୋହିତ ନାଗ କମଲାଳସାରେ ଅନ୍ଧ ହୋଇ ନିର୍ମଳା ଦୀପ ସହ ଜୋରଜବରଦସ୍ତି ପାଶବିକ ଅତ୍ୟାଚାର କରି ତାର ଶାରୀରିକ ଶୋଷଣ କରିଥିଲା ।ଏହି ଘଟଣା ଯଦି କାହା ଆଗରେ ପ୍ରଘଟ କଲେ ତତେ ଓ ତୋ ପରିବାର ର ସଦସ୍ୟଙ୍କୁ ଜୀବନରେ ମାରି ଦେବୀ ବୋଲି ଧମକ ଦେଇଥିଲା । ସେ ସମୟର କିଛି ଫୋଟୋ ମଧ୍ୟ ରୋହିତ ନାଗ ଜୋରଜବରଦସ୍ତି ଉତ୍ତୋଳନ କରିଥିଲା ।ପରବର୍ତୀ ସମୟରେ ସୋସିଆଲ ମିଡ଼ିଆ ଜରିଆରେ ସେ ସବୁକୁ ଭାଇରଲ କରିବାର ଧମକ ଦେଇ ଦୀର୍ଘ ପାଞ୍ଚ ବର୍ଷ ହେଲା ଯୌନ ନିର୍ଯ୍ୟାତନା ଦେଇଆସୁଥିଲା । ଅନେକଥର ପୀଡ଼ିତା ବିବାହ ପାଇଁ କହିବାରୁ ବିଭିନ୍ନ ପ୍ରକାର ଆଳ ଦେଖେଇ ରୋହିତ ନାଗ ଠକି ଚାଲିଥିଲା । ଗତ ତା 17/03/2025 ରିଖ ଦିନ କୌଣସି ସୂତ୍ରରୁ ପୀଡିତା ମହିଳା ରୋହିତ ନାଗ ଅନ୍ୟତ୍ର ବିବାହ କରୁଛି ବୋଲି ଜାଣିବାକୁ ପଇଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପୀଡ଼ିତା ରୋହିତ ନାଗ ଘରକୁ ଯାଇଥିଲା । କିନ୍ତୁ ଏହିସମୟରେ ରୋହିତ ନାଗର ପରିବାର ର ସମସ୍ତ ସଦସ୍ୟ ପିଡୀତା ଙ୍କୁ ଘର ଭିତରେ ବନ୍ଦ କରି ଜୀବନରୁ ଶେଷ କରିଦେବା ଉଦେଶ୍ୟ ରଖି ମାରାଣତ୍ମକ ଆକ୍ରମଣ କରିଥିଲେ । ପିଡୀତା ଜୀବନ ବଂଚେଇବାକୁ ଯାଇ ଏକ ପାଇଖାନା ଭିତରେ ନିଜକୁ ବନ୍ଦ କରି ଜୋର ଜୋର ରେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ତାଙ୍କ ଚିତ୍କାର ଶୁଣି ପୋଲିସ କୁ ଖବର ଦେଇଥଲେ , ତାପରେ ପୋଲିସ ଘଟଣା ସ୍ଥଳରୁ ପିଡୀତା ଙ୍କୁ ଉଦ୍ଧାର କରିଥିଲେ । ପୋଲିସ କୁ ପିଡୀତା ପୁଣି ଥରେ ଲିଖିତ ଅଭିଯୋଗ ଦେଇଥିଲେ। ଏକ ସ୍ପର୍ଶକାତର ଘଟଣା ହୋଇଥଲେ ସୁଦ୍ଧା ମ ରାମପୁର ଥାନା ଅଧିକାରୀ ଦୁଇ ଦିନ ପରେ ଆସିବୁ ଯା ବୋଲି ପୀଡ଼ିତାଙ୍କୁ କହିଥିଲେ । ରାମପୁର ଥାନା ରେ କାର୍ଯ୍ୟରତ ଅଧିକାରୀ ମାନଂକ ବେପରୁଆ ମନୋଭାବ ଯୋଗୁ ଆଜି ଜଣେ ପୀଡିତା ମହିଳା ନ୍ୟାୟ ପାଇବା ପାଇଁ ବଞ୍ଚିତ ହଉଚି । ଏହିପ୍ରତି ଯଦି ସରକାରଙ୍କ ଉଦାହରଣ ମୂଳକ ପଦକ୍ଷେପ ନିଆଯାଏ ତାହେଲେ ପିଡୀତା ଓ ତା ପରିବାର ଉଚିତ ନ୍ୟାୟ ପାଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି ।