ଚିଲିକା,୨୬/୦୨:- ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଚ଼ଣ୍ଡିହରଦେବ,ଦେବୀ ମା’ ଦୁର୍ଗା,ହରିପୁର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ବର ଦେବ, ବଡ଼ପଦର-କଉଡ଼ିଖଣି ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଦେବ, ବାଲୁଗାଁ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବ, ଗବପଦର ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ରାମେଶ୍ବର ଦେବ,ବରପାଟଣା ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀ ବାଙ୍କନିଧି ଦେବ,ଗୋଡ଼ିଝର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ଙ୍କୁ ଚ଼ିଲିକା ବିଧାୟକ ତଥା ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ପ୍ରଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ଏହାସହିତ ଗୋଡ଼ିଝର ଗ୍ରାମରେ “ମାରୁତି ମଣ୍ଡପ” ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ବିଜେପି ନେତା ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ,ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ସୁମନ୍ତ ପଟ୍ଟନାୟକ,ଚ଼ଣ୍ଡେଶ୍ବର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ଦୀନବନ୍ଧୁ ସାହୁ, ହରିପୁର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ବେହେରା, ସିଦ୍ଧେଶ୍ଵରୀ ମଣ୍ଡଳ ଭାଜପା ସଭାପତି ଶ୍ରୀ ସୌମ୍ୟରଞ୍ଜନ ସାମନ୍ତରାୟ, ଗମ୍ଭାରୀମୁଣ୍ଡା ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଅନିତା ପ୍ରଧାନ, ସଂଗଠକ ଶ୍ରୀ ରମେଶ ଚ଼ନ୍ଦ୍ର ସାମନ୍ତସିଂହାର, ଶ୍ରୀ ତପନ ପ୍ରଧାନ ଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
