ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଆଖି ବୁଜିଲେ

ଭୁବନେଶ୍ବର ୦୨/୦୭: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରଥମ କରି ଅନୁଗୁଳ ଜିଲ୍ଲାରୁ କରୋନା ମୁଣ୍ଡ ନେଇଛି। ମୃତଙ୍କ ୫୭ ବର୍ଷୀୟ ପୁରୁଷ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ମୃତଙ୍କ ବୟସ ୪୯ ପୁରୁଷ ଆକ୍ରାନ୍ତ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।