ବ୍ରହ୍ମପୁର, ୨୭/୧ : ବ୍ରହ୍ମପୁର ସ୍ଥିତ ରାଜସ୍ୱ ଡାକ ବଙ୍ଗଳା ଠାରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଭାରତ ସରକାରଙ୍କ (DTNBWED) ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟର ନୂତନ ଅଧ୍ୟକ୍ଷ ଭବାନି ଶଙ୍କର ଦାସଙ୍କୁ ଗଞ୍ଜାମ ଜିଲ୍ଲା ଭାରତୀୟ ମଜଦୁର ସଂଘ (BMS) ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ DTNBWED ର ନିର୍ଦ୍ଦେଶକ ଏମ.ଏସ ଅକତର୍, ଶିକ୍ଷା ଅଧିକାରୀ ଦିଲିପ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅଧ୍ୟକ୍ଷ ଡ.ଭବାନି ଶଙ୍କର ଦାସ ଦୀପ ପ୍ରଜ୍ୱଳନ କରିଥିବା ବେଳେ ସଙ୍ଘର ସମ୍ପାଦକ ଉମା ଶଙ୍କର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ବୈଠକରେ ଓଡ଼ିଶା ସରକାରଙ୍କ DIC ରୁ ପ୍ରତିନିଧିତ୍ୱ କରୁଥିବା RAC ସଦସ୍ୟ ଜ୍ୟୋତି ରଞ୍ଜନ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା । ଆଗାମୀ ଦିନରେ ଏହି ବୋର୍ଡ଼ ତ୍ୱରିତ ଗତିରେ କାମ କରି ସରକାରଙ୍କ ସମସ୍ତ ଯୋଜନା ଶ୍ରମିକ ଭାଇ ଓ ଭଉଣୀଙ୍କ ନିକଟରେ ପହଞ୍ଚେଇବା ପାଇଁ ପ୍ରୟାସ କରିବ ବୋଲି ନୂତନ ଭାବେ ଦାୟୀତ୍ଵ ନେଇଥିବା ଅଧ୍ୟକ୍ଷ ଡ଼.ଭବାନି ଶଙ୍କର ଦାସ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅଜୟ ଦ୍ୱିବେଦୀ,ଧିରେନ୍ ରାଉତ,ରାକେଶ ସ୍ୱାଇଁ,ଏନ୍.ରାଣୀ,କୃଷ୍ଣ ଚନ୍ଦ୍ର ପଣ୍ଡା,ପି.ଧର୍ମା ରାଓ,ଗୋପାଳ ମଲ୍ଲିକ,ସନ୍ତୋଷ ସାହୁ,ରିନାରାଣୀ ଗୈାତମ,ରେଣୁବାଳା ସାହୁ,ଧର୍ମରାଜ ରେଡ଼ୀ ପ୍ରମୁଖଙ୍କ ସମେତ ଭାରତୀୟ ମଜଦୁର ସଂଘର ବହୁ ସଂଖ୍ୟାରେ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ ୟୁନିଅନର ପଦାଧିକାରୀ ମାନେ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଡ଼.ଭବାନି ଶଙ୍କର ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଭାରତୀୟ ମଜଦୁର ସଂଘର ସଂଗଠନ ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
