ରାସ୍ତା କଡ ମାଛ ଦୋକାନ ହଟାଇଲେ ଏନଏସି କର୍ତ୍ତୁପକ୍ଷ

ବାଲିଗୁଡା ,୨୨/୦୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି l ରାସ୍ତାର ଦୁଇ କଡ ରେ ମାଛ ,ମାଂସ ଦୋକାନ ଠାରୁ ଆରମ୍ଭ କରି ପରିବା, ଡ୍ରେସ ,ଓ ଅନ୍ୟାନ୍ୟ ଉଠା ଦୋକାନ ରହିଛି । ସ୍ଥାନୀୟ ପ୍ରଶାସନ ତରଫରୁ ବାରମ୍ବାର ତାଗିଦ ଓ ଡାକ ବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନଥିଲା । ଏ ନେଇ ପ୍ରଶାସନ ନିକଟରେ ବିଭିନ୍ନ ମହଲରୁ ବାରମ୍ଭାର ଅଭିଯୋଗ କରିବା ପରେ ବର୍ତ୍ତମାନ ବାଲିଗୁଡା ଏନଏସି କର୍ତ୍ତୃପକ୍ଷ ଆକ୍ସନ ମୁଡରେ ଆସିଛନ୍ତି । ସୋମବାର ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ପରେ ଏନଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସହ ବିଭିନ୍ନ କର୍ମଚାରୀ ଆସି ବୁଡାଗୁଡା ରାସ୍ତା ବନ୍ଧ କଡର ନୂଆସାହି ଛକ ଠାରେ ମାଛ ଦୋକାନୀ ଓ ଅନ୍ୟ ମାନଙ୍କୁ ଦୋକାନ ଉଠାଇବାକୁ କହିଥିଲେ ଏହା ପରେ ଏନଏସି କତ୍ତୃପକ୍ଷ ଓ ମାଛ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଏନଏସି କର୍ତ୍ତୁପକ୍ଷ ପଛକୁ ହଟିନଥିଲେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମାଛ ଦୋକାନକୁ ହଟାଇଥିଲା । ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଦଳାଇ କହିଛନ୍ତି ଯେ, ଜନଗହଳି ପୂର୍ଣ୍ଣ ଛକ ହୋଇଥିବାରୁ ଏଠାରେ ଗୋଟିଏ ସ୍କୁଲ ରହିଛି ଯାତାୟାତ ରେ ବାଧା ଉପୁଜିବା ସହ ବାରମ୍ବାର ଦୁର୍ଘଟଣା ହେଉଛି l ଏହା ସହ ଦୁର୍ଗନ୍ଧ ମଧ୍ୟ ହେଉଛି । ମାଛ ବିକ୍ରି ପାଇଁ ଆରଏମସି ର ବଜାର ରହିଛି ସେଠାକୁ ନ ଯାଇ ବେଆଇନ ଭାବେ ଏଣେ ତେଣେ ପକାଉଛନ୍ତି ।ଏଣୁ ଏ ଦିଗରେ ଆଗକୁ ଆହୁରି ଏକ ବଡ଼ ଧରଣର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ଏହି ଉଚ୍ଛେଦ କାର୍ଯ୍ୟକ୍ରମରେ ଏନଏସି ର କମ୍ବୁପାଣି ପାଣିଗ୍ରାହୀ,ବୀରବର ବେହେରା ,ସୁଶାନ୍ତ ପଣ୍ଡା ,ପ୍ରବୀଣ ପାତ୍ର ,ନରେଶ ନାୟକ,ସୂର୍ଯ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।