କଳାହାଣ୍ଡି,୧୩।୧ (ପ୍ୟାରିଲାଲ ଦୁର୍ଗା ): ଆସନ୍ତା ଜାନୁଆରୀ ୧୫ ରୁ ୧୭ ପର୍ଯ୍ୟନ୍ତ ମା’ଭଣ୍ଡାରଘରଣୀଙ୍କ ମାଟିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ହେବାକୁଥୁବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଉପ କମିଟିର କାର୍ଯ୍ୟକର୍ତ୍ତା ମାନେ ନିଜନିଜ କାର୍ଯ୍ୟରେ ଲାଗିଥିବାବେଳେ ପ୍ରଶାସନ ତରଫରୁ ମଧ୍ଯ ତ୍ୱରାନ୍ବିତ କରାଯାଉଛି । ଉତ୍ସବ ଆରମ୍ଭ ପାଇଁ ହାତ ଗଣତି ଆଉ ଅଳ୍ପ କିଛିଦିନ ବାକି ଥିବାବେଳେ ମୁଖ୍ୟ ଆକର୍ଷଣ ମଞ୍ଚକାମ ଦ୍ରୁତ ପ୍ରସ୍ତୁତିରେ ଚାଲୁଥିବା ବେଳେ ସଜେଇ ହେଉଛି | ଚଳିତ ବର୍ଷ ମଞ୍ଚରେ ଖଇରପଦର ଗ୍ରାମର ଜଗନ୍ନାଥ ମନ୍ଦିର ଆକୃତି ପ୍ରସିଦ୍ଧ କାଠ ଶିଳ୍ପର ନମୁନା ର୍ନିମାଣ ସହ ଡିଜିଟାଲ ସ୍କ୍ରିନ ଅବସ୍ଥାପି” କରାଯାଉଥୁବା ସୂଚନା ମିଳିଛି । ଉତ୍ସବ ଅଳ୍ପଦିନ ଥୁବାରୁ କାରିଗର ସଂଖ୍ୟା ବଢ଼ାଇ ଦିଆଯାଇଛି । ପ୍ରାୟ ୨୦ ଜଣ ମଞ୍ଚ କାରିଗର ଦିନରାତି କାମରେ ଲାଗିଛନ୍ତି, ଏ ସମ୍ପର୍କରେ ମଞ୍ଚ କମିଟି ଅଧକ୍ଷ ହଳଧର ନିଆଲଙ୍କ ସୂଚନା ରୁ ଆୟୋଜକ କମିଟି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି, ସମୟ କମଥିଲେ ମଧ୍ୟ ଆମେ ଠିକ ସମୟରେ ମଞ୍ଚ ପ୍ରସ୍ତୁତକରି ଦେଇଦେବୁ ବୋଲି ବିଭିନ୍ନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି |