ଢେଙ୍କାନାଳ,୦୩/୧୨(ଶୁଭମ ପାଣି): ଢେଙ୍କାନାଳ ଜିଲ୍ଲା ସ୍ଥିତ ଗନ୍ଦିଆ ବ୍ଲକ୍ ଲାଉଲଇ ଠାରେ ସ୍ଵେଚ୍ଛାସେବୀ ସଂଗଠନ “ପ୍ରିୟ” ଓ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ମିଳିତ ସହଯୋଗ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଅଛି। ଏଥିରେ “ପ୍ରିୟ” ର ନିର୍ଦ୍ଦେଶକ ଟଙ୍କଧର ବାରିକ ଭିନ୍ନକ୍ଷମ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ପାଇଁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ।ଉକ୍ତ ସଭାରେ ଫିଜିଓଥେରାପିଷ୍ଟ ସାହିଲ୍ ଆଫ୍ରିଡ୍ ଯୋଗଦେଇ ପିଲାମାନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଓ CP ପିଲାଙ୍କ ମାଆ ମାନଙ୍କୁ ଉଚିତ୍ exercise କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଇଲନପ୍ରଭା ସେନାପତି , ସୌଭାଗ୍ୟଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣା ଧଳ, ସୋନାଲି ଧଳ, କୁସୁମିତା ବାଗ, ପର୍ଶୁରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ ।
Home Uncategorized ଢେଙ୍କାନାଳ ଜିଲ୍ଲାରେ ସ୍ଵେଚ୍ଛାସେବୀ ସଂଗଠନ “ପ୍ରିୟ” ଓ ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ମିଳିତ ସହଯୋଗ...