ଠାକୁରଗଡ଼/ ତା ୨୩.୧୧.୨୦୨୪(ବୁଲୁ ଦଳେଇ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ହନୁମାନ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜ ର ଏକ ବୈଠକ ଜମ୍ବେଶ୍ଵର ଶତପଥୀ ଙ୍କ ସଭାପତିତ୍ବରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ବ୍ରାହ୍ମଣ ସମାଜ ଠାକୁରଗଡ଼ କୁ ଉଚ୍ଚ ସ୍ତରରେ ପହଁଚାଇ ଜାତିର ସର୍ବାଙ୍ଗୀନ ବିକାଶ ଓ ଭାଇଚାରା ବଜାୟ ରଖିବାକୁ ଶତଚେଷ୍ଟିତ ହେବାକୁ ଅତିଥି ମାନେ ପରାମର୍ଶ ଦେଇ ଥିଲେ। ସମାଜ ବ୍ୟତୀତ ଜାତି ସଂରକ୍ଷଣ ପାଇଁ ନିଗମ ସ୍ତରରେ ବ୍ୟବସ୍ଥା ଗ୍ରହଣ ପାଇଁ ମତପ୍ରକାଶ ପାଇଛି। ଅତିଥି ଭାବେ ଆଠମଲ୍ଲିକ ବ୍ରାହ୍ମଣ ସମାଜ ର ସଭାପତି ରାଧାମୋହନ ତ୍ରିପାଠୀ, ସମ୍ପାଦକ ରଞ୍ଜିତ କୁମାର ମିଶ୍ର, ଭବାନୀ ଶଙ୍କର ମିଶ୍ର ଓ ଓକିଲ ବାମନ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। କମିଟି ସଭାପତି ଜମ୍ବେଶ୍ଵର ଶତପଥୀ, ସମ୍ପାଦକ ଭାବରେ କୁମୁଦ ମିଶ୍ର , ଉପ ସଭାପତି ଅଶୋକ କୁମାର ମିଶ୍ର, ସହ ସମ୍ପାଦକ ଦିଲ୍ଲୀପ କୁମାର ନନ୍ଦ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ଶତପଥୀ, ସଭ୍ୟ ଅଜିତ କୁମାର ମିଶ୍ର , କେଶବ ଚନ୍ଦ୍ର ଶତପଥୀ, ସୁନିଲ କୁମାର ମିଶ୍ର, ବିଜୟ କୁମାର ମିଶ୍ର ମନୋନୀତ ହୋଇଥିଲେ। ଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।